ସୁଶାନ୍ତ ଓ ରଂଜିତାଙ୍କୁ ପଚରାଉଚରା ଶେଷ କଲା ପୁଲିସ୍ ! ରିମାଣ୍ଡ ସରିବା ପରେ ଆଉ କଲାନି ଆବେଦନ

35

କନକ ବ୍ୟୁରୋ: କୋର୍ଟରେ ହାଜର ହେଲେ ସୁଶାନ୍ତ ଧଳସାମନ୍ତ ଓ ରଂଜିତା ବିଶ୍ୱାଳ । ବିଜନ ପାଲ ଗୁଳିକାଣ୍ଡ ଘଟଣାରେ ସୁଶାନ୍ତ ଧଳସାମନ୍ତ ଓ କର୍ପୋରେଟର ରଂଜିତା ବିଶ୍ୱାଳଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ଉଭୟଙ୍କୁ କୋର୍ଟରେ ହାଜର କରିଛି କମିଶନରେଟ୍ ପୋଲିସ । କଟକ ଜେଏମଏଫସି ରୁରାଲ କୋର୍ଟରେ ହାଜର ହୋଇଛନ୍ତି ସୁଶାନ୍ତ ଓ ରଞ୍ଜିତା ।

ତେବେ ତାଙ୍କୁ ପୁଣି ଥରେ ରିମାଣ୍ଡରେ ନେବା ପାଇଁ ଆବେଦନ କରିନି କମିଶନରେଟ ପୁଲିସ । ଆସନ୍ତା ୨୭ରେ ପୁଣି ଥରେ କୋର୍ଟରେ ହାଜର ହେବେ ସୁଶାନ୍ତ ଧଳସାମନ୍ତ ଓ ରଂଜିତା ବିଶ୍ୱାଳ । ଗତକାଲି କଟକ ସଦର ଥାନାରେ ସୁଶାନ୍ତ ଓ ରଂଜିତାଙ୍କୁ ମୁହାଁମୁହିଁ ଜେରା କରିଥିଲା ପୋଲିସ । ଏହି ପଚରା ଉଚରାରୁ ପୋଲିସକୁ ବହୁ ଗୁରୁତ୍ୱପୂର୍ଣ ତଥ୍ୟ ମିଳିଥିବା ଜଣାପଡିଛି । ବିଜନ ପାଲ ଗୁଳିକାଣ୍ଡର ଅଭିଯୁକ୍ତକୁ ପିସ୍ତଲ ଓ ଗୁଳି ପାର୍ସଲ ଦେଇଥିବା ରଞ୍ଜିତା ସ୍ୱୀକାର କରିଛନ୍ତି ।

ଅନ୍ୟପଟେ ପୋଲିସକୁ ଅନ୍ୟ ୪ ଜଣ ସହଯୋଗୀ ଅପରାଧୀଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି ସୁଶାନ୍ତ ଧଳସାମନ୍ତ । ଯେଉଁ ବ୍ୟକ୍ତି ରଞ୍ଜିତାଙ୍କୁ ପିସ୍ତଲ ଓ ଗୁଳି ଆଣି ଦେଇଥିଲା ତା’ ନାଁ ବି ଉଭୟ ପୋଲିସକୁ କହିଛନ୍ତି । ସେମାନଙ୍କୁ ଚିହ୍ନଟ କରିଥିବା ବେଳେ ଖୁବ୍ ଶୀଘ୍ର ଗିରଫ କରିବାକୁ ପୋଲିସ ଯୋଜନା କରୁଥିବା ଜଣାପଡିଛି ।