ଜେକେଏଲଏଫ୍ ପ୍ରମୁଖ ୟାସୀନ୍ ମଲ୍ଲିକ ଗିରଫ ! ୟାସୀନ୍ ସହ ଗିରଫ ହେଲେ ଜମାନ୍-ଏ-ଇସଲାମିର ୧୨ ନେତା ।

268

କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ଏବଂ ଜେକେଏଲଏଫ୍ ପ୍ରମୁଖ ୟାସିନ୍ ମଲ୍ଲିକଙ୍କୁ ଶୁକ୍ରବାର ବିଳମ୍ବିତ ରାତ୍ରୀରେ ଚଢ଼ଉ କରି ଗିରଫ କରାଯାଇଛି । ଆସନ୍ତା ସୋମବାର ଦିନ ସୁପ୍ରିମ୍ କୋର୍ଟରେ ଧାରା ୩୫-ଏ ସଂକ୍ରାନ୍ତ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ପୂର୍ବରୁ ମଲ୍ଲିକଙ୍କୁ ଅଟକ ହୋଇଛନ୍ତି । ଅନ୍ୟାନ୍ୟ ସୁବିଧା ଛଡ଼ା ଧାରା ୩୫-ଏ ଅନୁସାରେ ବାହାରର ଲୋକେ ଜମ୍ମୁ ଓ କଶ୍ମୀରରେ ସ୍ଥାବର ସମ୍ପତ୍ତି କିଣି ପାରିବେ ନାହିଁ । ତେବେ ମଲିକଙ୍କୁ ତାଙ୍କ ମୈସୁମା ବାସଭବନରୁ ଗିରଫ କରାଯାଇ କୋଠିବାଗ ଥାନାକୁ ନିଆଯାଇଛି।

ଏହାଛଡ଼ା ଜମାତ-ଏ-ଇସଲାମ୍ ସହ ସମ୍ପୃକ୍ତ ଦୁଇ ଡଜନ ସରିକି ଲୋକଙ୍କୁ ମଧ୍ୟ କେନ୍ଦ୍ରୀୟ, ଉତ୍ତର ଓ ଦକ୍ଷିଣ କଶ୍ମୀର ଅଞ୍ଚଳରୁ ଧରାଯାଇ ଅଟକ ରଖାଯାଇଛି । ଅଟକ ସଂକ୍ରାନ୍ତରେ ପୁଲିସ ଏ ପର‌୍ୟ୍ୟନ୍ତ କୌଣସି ବିବୃତି ଦେଇ ନାହିଁ । ଅଟକ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କେତେକ ହେଲେ ଜମାତ-ଏ-ଇସଲାମ୍ର ମୁଖ୍ୟ ଡକ୍ଟର୍ ଅବ୍ଦୁଲ୍ ହମିଦ ଫୟାଜ୍, ଆଡଭୋକେଟ୍ ଜାହିଦ ଅଲି, ଗୁଲାମ୍ କାଦିର ଲୋନ୍ ଆଦି ନେତା ।