ଜମ୍ମୁ-କାଶ୍ମୀର ଘାଟିରେ ସେନାର ଏନକାଉଂଟର ! ବାନ୍ଦିପୁରାରେ ଲୁଚି ରହିଥିବା ୨ଲସ୍କର ଆତଙ୍କବାଦୀ ଯବାନଙ୍କ ଗୁଳିରେ ନିହତ

31

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ସେନାକୁ ମିଳିଛି ଏକ ବଡ ସଫଳତା । ବାନ୍ଦିପୋରା ସ୍ଥିତ ହାଜିନଠାରେ ଲୁଚି ରହିଥିବା ୨ଜଣ ଆତଙ୍କବାଦୀ ସେନାର ଗୁଳିମାଡରେ ନିହତ ହୋଇଛନ୍ତି । ଏହି ଦୁଇ ଆତଙ୍କବାଦୀ ଲସ୍କର-ଏ-ତୋଇବାର ସଦସ୍ୟ ବୋଲି ଜଣାପଡିଛି । ଅନ୍ୟପଟେ ଆତଙ୍କବାଦୀଙ୍କ ଗୁଳିମାଡରେ ଜଣେ କନେଷ୍ଟବଳ ମଧ୍ୟ ସହୀଦ ହୋଇଛନ୍ତି ।

ସୂଚନା ଅନୁସାରେ, ହାଜିନର ମିରମୋହଲ୍ଳାଠାରେ ଆତଙ୍କବାଦୀ ମାନେ ଲୁଚିଥିବାର ଖବର ପାଇଥିଲା ସେନା । ଏନେଇ ସିଆରପିଏଫ ଏବଂ ପୋଲିସ ଟିମ୍ ସେ ଅଂଚଳରେ ଘେରାବନ୍ଦି କରିବା ସହ ସର୍ଚ୍ଚ ଅପରେସନ କରିଥିଲେ । ତେବେ ଆତଙ୍କବାଦୀଙ୍କ ପକ୍ଷରୁ ପ୍ରଥମେ ସେନା ଉପରକୁ ଗୁଳିମାଡ କରାଯାଇଥିଲା । ତାପରେ ପାଲଟା ଆକ୍ରମଣ କରିଥିଲେ ସେନା ।

ଦୀର୍ଘ ସମୟ ଧରି ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା ଏବଂ ଏଥିରେ ଆତଙ୍କବାଦୀ ନିହତ ହୋଇଛନ୍ତି । ସେପଟେ ଗୁଳିଗୋଳା ଶଦ୍ଦ ଶୁଣି କିଛି ଲୋକ ସୁରକ୍ଷାକର୍ମୀଙ୍କ ଉପରକୁ ପଥର ମାଡ଼ କରିଛନ୍ତିି । ତେବେ ଲୋକଙ୍କୁ ଆୟତ କରିବା ପାଇଁ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା ପୁଲିସ ।