ଜାମ୍ମୁରେ ସେନାର ଏନକାଉଣ୍ଟରରେ ୨ ଆତଙ୍କବାଦୀ ମୃତ, ବର୍ତମାନ ସମୟରେ ବି ଚାଲିଛି କମ୍ବିଂ ଅପରେସନ

28

କନକ ବ୍ୟୁରୋ : ଦିନକୁ ଦିନ ଜାମ୍ମୁରେ ଆତଙ୍କବାଦୀଙ୍କ ଆକ୍ରମଣ ବଢିବାରେ ଲାଗିଛି । ତେବେ ମିଳିଥିବା ସୂଚନା ଅନୁସାରେ, ଜମ୍ମୁ କ।ଶ୍ମୀରର ଶ୍ରୀନଗରରେ ଆଜି ଭୋର ସକାଳୁ ସୁରକ୍ଷା ବାହିନୀର ଯବାନ ଓ ଆତଙ୍କବାଦୀମାନେ ମୁହାଁମୁହିଁ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ , ଶ୍ରୀନଗର ଉପକଣ୍ଟ ନୂଆଗାଁଠାରେ ଆତଙ୍କବାଦୀମାନେ ସେନା ଉପରକୁ ଟାର୍ଗେଟ କରିଛନ୍ତି । ଏହି ଆକ୍ରମଣ ପରେ ସେଠାକାର ସ୍ଥାନୀୟ ନେଟ ସେବା କୁ ବନ୍ଦ ରଖାଯାଇଛି । ଏହି ଆକ୍ରମଣରେ ୨ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏହାପରେ ସେନା ପକ୍ଷରୁ ଜୋରଦାର କମ୍ବିଂ ଅପରେସନ ଜାରି ରହିଛି ।

 

ସୂଚନାଯୋଗ୍ୟ ୩ ଦିନ ତଳେ ଅର୍ଥାତ ଚଳିତ ମାସ ୨୧ ତାରିଖ ସକାଳୁ ମଧ୍ୟ ସୁରକ୍ଷାବାହିନୀର ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଜମ୍ମୁ କଶ୍ମୀରର କୁଲଗାମରେ ଏହି ଘଟଣା ଦେଖିବାକୁ ମିଳିଥିଲା । ଏନକାଉଣ୍ଟରରେ ୨ ଜଣ ଯବାନ ଆହତ ହୋଇଥିଲେ । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ସୁରକ୍ଷାବାହିନୀର ଯବାନମାନେ ଆତଙ୍କବାଦୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଥିଲେ । ସେମାନେ ୩ ଜଣ ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ । ବାରମ୍ବାର ଜାମ୍ମୁରେ ଆତଙ୍କବାଦୀମାନେ ଆକ୍ରମଣ ହେଉଥିବାରୁ ସେନାକୁ ସତର୍କ ରହିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା ।