ଘର ବାହୁଡ଼ିଲେ ପୂର୍ବତନ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର । ନବୀନ ନିବାସରେ ସୁପ୍ରିମୋଙ୍କ ଉପସ୍ଥିତିରେ ବିଜେଡିରେ ହେଲେ ସାମିଲ

265

କନକ ବ୍ୟୁରୋ: ଘର ବାହୁଡ଼ିଲେ ପୂର୍ବତନ ଖୋର୍ଦ୍ଧା ବିଧାୟକ ଜ୍ୟୋତ୍ରୀନ୍ଦ ନାଥ ମିତ୍ର ଓରଫ ଜିତୁ ବାବୁ । ଖୋର୍ଦ୍ଧା ଗଡ଼କୁ ଦଖଲ କରିବାରେ ବିଜେଡିକୁ ବଳ ଦେବେ ପୂର୍ବତନ ବିଜେପି ନେତା ଜିତୁ ମିତ୍ର । ଏନେଇ ଆଜି ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି ଜିତୁ । ପ୍ରଥମେ ସେ ବିଜେଡିରେ ଥିଲେ । ପରେ ସେ ବିଜେପିରେ ସାମିଲ ହୋଇଥିଲେ । ତେବେ ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁ ଏବଂ ହଜାର ହଜାର ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି ଜିତୁ ମିତ୍ର ।

ବିଜେପି ଛାଡି ସେ ପୁଣି ବିଜେଡିରେ ସାମିଲ ହୋଇଛନ୍ତି । ଜିତୁ ବିଜେଡ଼ିକୁ ବଳ ଦେବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଆଉ ଏହାର ଭିତରେ ଟିକେଟ ପାଇଁ ଆରମ୍ଭ ହୋଇଯାଇଛି ନେତାଙ୍କ ଜୋରଦାର ଲଢେଇ । ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ମାଳ ମାଳ ନେତା ଆଉ ଏହାରି ସଙ୍ଗରେ ପୁଣି ଥରେ ବିଜେଡିକୁ ଫେରିଛନ୍ତି ଖୋର୍ଧାର ପୂର୍ବତନ ବିଧାୟକ ଜିତୁ ମିତ୍ର ।

ସେପଟେ, ଟିକେସ ପାଇଁ ଆରମ୍ଭ ହୋଇଯାଇଛି ଜୋରଦାର ଲବି । ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ, ଯାଜପୁର ସାଂସଦ ରୀତା ତରାଇ ଓ ବରଗଡ ସାଂସଦ ପ୍ରଭାସ ସିଂ । ୩୩ପ୍ରତିଶତ ମହିଳାଙ୍କୁ ସାସଦକୁ ପଠାଇବା ପାଇଁ ଗତକାଲି ଘୋଷଣା କରିବା ପରେ ଟିକେଟ ପାଇବା ନେଇ ପୁଣି ଥରେ ଆଶାବାଦୀ ହୋଇପଡିଛନ୍ତି ଉଭୟ ରୀତା ଓ ରୀଜେଶ୍ୱରୀ ।