ଡିସେମ୍ବର ୨୫ ନୁହେଁ ଯୀଶୁଙ୍କ ଜନ୍ମଦିନ ! ପ୍ରତିମୂର୍ତ୍ତି ନୁହେଁ ଠିକ । ସାଂସଦ ଭର୍ତ୍ତୃହରି ମହତାବଙ୍କ ବିବାଦୀୟ ବୟାନ ।

234

କନକ ବ୍ୟୁରୋ : ବଡଦିନରେ ଯିଶୁ ଜନ୍ମ ହୋଇଥିଲେ । ଯେଉଁମାନେ ଏହା କହୁଛନ୍ତି ସେମାନେ ଭୁଲ ବୋଲି କହିଛନ୍ତି ସାଂସଦ ଭର୍ତ୍ତୃ ହରି ମହତାବ । ପ୍ରଭୁ ଯୀଶୁ ଡିସେମ୍ବର ମାସରେ ହିଁ ଜନ୍ମ ନେଇନାହାଁନ୍ତି । ତେବେ ଭାରତର କେରଳରେ ମଧ୍ୟ କିଛି ଲୋକେ ଡିସେମ୍ବର ୨୫ରେ ବଡଦିନ ପାଳନ କରନ୍ତି ନାହିଁ ବୋଲି ଭର୍ତ୍ତୃ ହରି କହିଛନ୍ତି । ରୋମରେ ପୋପଙ୍କ ଆଧିପତ୍ୟ ବଢିବା ପରେ ଡିସେମ୍ବର ୨୫କୁ ବଡଦିନ ଭାବେ ମାନି ନିଆଯାଇଛି । ଧର୍ମ ଉପରେ ଶାସନତନ୍ତ୍ରର ପ୍ରଭାବ ରହିବା ଉଚିତ ନୁହେଁ ।

କିନ୍ତୁ ଇତିହାସରେ ଏଭଳି ଅନେକ ଘଟଣା ରହିଛି ଯେଉଁଠି ଧର୍ମ ଉପରେ ଶାସନତନ୍ତ୍ରର ପ୍ରଭାବ ରହିଛି ବୋଲି ସାଂସଦ କହିଛନ୍ତି । ବିଭିନ୍ନ ଚର୍ଚ୍ଚରେ ଆମେ ଯୀଶୁଙ୍କର ଯାହା ଚିତ୍ର ଦେଖୁଛେ ସେ ଚିତ୍ର ବାସ୍ତବ ନୁହେଁ । ଜଣେ ଗ୍ରୀକ ଦାର୍ଶନିକଙ୍କ ଲିଖିତ ହାଜିଆ ସୋଫିଆରେ ଯୀଶୁଙ୍କ ଚିତ୍ର କିଛି ଅଲଗା ବର୍ଣ୍ଣିତ ହୋଇଛି ବୋଲି ଭର୍ତ୍ତୃହରି କହିଛନ୍ତି ।

ଆଫ୍ରିକାରେ ଯୀଶୁଙ୍କର ବିଭିନ୍ନ କଳା ପ୍ରତିମୂର୍ତି ଅଛି ତାହା ବାସ୍ତବ ଚିତ୍ର ନୁହେଁ ବରଂ ବ୍ୟକ୍ତିଗତ ଚିନ୍ତାଧାରାରେ ନିର୍ମିତ କରାଯାଇଛି । ଏହାକୁ ନେଇ ଖ୍ରୀଷ୍ଟ ଧର୍ମରେ ମତପାର୍ଥକ୍ୟ ରହିଛି ବୋଲି ସେ କହିଛନ୍ତି । କଟକ ଶ୍ରୀରାମ ଭବନଠାରେ ଫ୍ରି ଥିଙ୍କର ପକ୍ଷରୁ ଆୟୋଜିତ ଉତ୍ସବରେ ଅତିଥୀ ଭାବେ ଯୋଗ ଦେବା ଅବସରରେ ଏହି ମନ୍ତବ୍ୟ ରଖିଛନ୍ତି ସାଂସଦ ଭର୍ତୃହରି ମହତାବ । ବିଭିନ୍ନ ସମୟରେ ଖବରକାଗଜରେ ବିଭିନ୍ନ ମନ୍ତବ୍ୟ ଦେଇ ବିବାଦରେ ଫସୁଥିବା ଏହି ସାଂସଦ ଯୀଶୁଙ୍କ ଜନ୍ମକୁ ନେଇ ଦେଇଥିବା ବକ୍ତବ୍ୟ ନୂଆ ବିବାଦ ସୃଷ୍ଟି କରିଛି ।