ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଲଂଚ କଲା ଜିଓ ଫୋନ ୨ : ପୁରୁଣା ଜିଓ ଫୋନ୍ ଠାରୁ ନୂଆ ମଡେଲ କେତେ ଭିନ୍ନ, ଜାଣନ୍ତୁ ମୂଲ୍ୟ ଓ ଫିିଚର୍ସ

54

ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ବାର୍ଷିକ ସାଧାରଣ ବୈଠକ ଜିଓ ବ୍ରଡବ୍ୟାଣ୍ଡ ସେବା ଘୋଷଣା ହୋଇଛି । ଦ ଜିଓ ଗିଗା ଫାଇବର ଓ ଗିଗା ଟିଭି ଘୋଷଣା କରିଛନ୍ତି କଂପାନୀର ଚେୟାରମ୍ୟାନ ମୁକେଶ ଅମ୍ବାନୀ । ଦେଶର ଏକ ହଜାର ସହରରେ ଜିଓର ଅପଟିକାଲ ଫିକ୍ସ ଫାଇବରର ସେବା ମିଳିବ । ଏହି ଅବସରରେ ଅମ୍ବାନୀ କହିଛନ୍ତି ରିଲାଏନ୍ସ ଜିଓ ଛୋଟ ବ୍ୟବସାୟୀଙ୍କ ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି । ଏବି ଫିକ୍ସ ବ୍ରଡବ୍ୟାଣ୍ଡ ବଡ କାରବାରକୁ ସହଜ କରିବ । ସେହିପରି ଘରର ସୁରକ୍ଷା ପାଇଁ ଉପଲବ୍ଧ ହେବ ଜିଓ କ୍ୟାମେରା, ସୁରକ୍ଷା ଉପକରଣ । ଏହାଛଡା ଜିଓ ଗିଗା ଟିଭିରେ ଭଏସ କମାଣ୍ଡରେ ଚ୍ୟାନେଲସ୍ ବଦଳାଇ ପାରିବେ । ସେହିପରି ଜିଓ ଫୋନ ଟୁ ଲଂଚ କରାଯିବ । ସେଥିରେ ତିନିଟି ଲୋକପ୍ରିୟ ଆପ୍ ସାମିଲ କରାଯିବ ।

ଜିଓ ଫୋନରେ ଦୁଇଟି ନୂଆ ଫିଚର୍ସ ଦିଆଯାଇଛି । ଏଥିରେ QWERTY କିପେଡ୍ ସହିତ ୨.୪ ଇଂଚର QVGA ଡିସପ୍ଲେ ଦିଆଯାଇଛି । ଏହାର ବ୍ୟାଟେରୀ ୨,୦୦୦ ଏମଏଏଚ୍ । ଏହି ଫୋନ୍ ର ମୂଲ୍ୟ ୨,୯୯୯ ଟଙ୍କା ଓ ଏହା ୧୫ ଅଗଷ୍ଟରୁ ମିଳିବ । ଏହାର ଇଫେକ୍ଟିଭ ପ୍ରାଇସ୍ ୫୦୧ ଟଙ୍କା ।

• ଏହି ଫୋନ୍ ରେ ବ୍ଲାକବୋରୀ ଫୋନ ଭଳି ୪ ନେଭିଗେସନର ଦିଆଯାଇଛି । ଏଥିରେ ଦୁଇଟି ସିମକାର୍ଡ ଲଗାଇପାରିବା । ଏହି ଫୋନ୍ KaiOS ରେ ଚାଲେ ଓ ମେମୋରୀ ୱେରିଣ୍ଟ ର କଥା କହିବା ଯଦି ଏଥିରେ ୫୧୨ଏମବି ରେମ ସହିତ ୪ ଜିବି ଇଂଟରନାଲ ମେମୋରୀ ଦିଆଯାଇଛିି । ଏଥିରେ ମାଇକ୍ରୋ ଏସଡି କାର୍ଡର ସପୋଟ ର୍ ବି ଦିଆଯାଇଛି । ଯାହା ଜରିଆରେ ୧୨୮ଜିବି ପର୍ଯ୍ୟନ୍ତ ମେମୋରୀ ବୃଦ୍ଧି କରାଯାଇପାରିବ ।

• KaiOS ନିକଟରେ ଗୁଗଲ ସହିତ ପାର୍ଟନରସିପ୍ କରିଛି । ସେଥିପାଇଁ ଗୁଗଲର ଆପ ଏହି ଫୋନ୍ ରେ ଚାଲିବ । ଏହି ଫୋନ୍ ରେ ଫଟୋଗ୍ରାଫି ପାଇଁ ୨ ମେଗାପିକ୍ସଲ ରିୟର କ୍ୟାମେରା ଦିଆଯାଇଛି । ଯେବେକି ସେଲଫି ପାଇଁ ଏଥିରେ VGA ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । ରିୟର କ୍ୟାମେରାରେ ଏଲଇଡି ଫ୍ଲାଶ ବି ଦିଆଯାଇଛି ।

• କନେକ୍ଟିଭିଟି ପାଇଁ ଏଥିରେ 4G VoLTE   ଏବଂ VoWiFI ସହିତ ଏଫଏମ ରେଡିଓ, ୱାଇଫାଇ, ଜିପିଏସ୍ ଓ ଏନଏଫସି ସପୋର୍ଟ ଦିଆଯାଇଛି । ଏଥିପାଇଁ କମ୍ପାନୀ ଅପଗ୍ରେଡ ଅଫର୍ ବି ରଖିଛି । ଯାହା ଅଧିନରେ ପୁରୁଣା ଜିଓ ଫୋନ୍ କୁ ୫୦୧ ଟଙ୍କା ଦେଇ କି ନୂଆ ଜିଓ ଫୋନ୍ ୨ ନେଇପାରିବେ । ତଥାପି ୫୦୧ ଟଙ୍କା ଇଫେକ୍ଟିଭ ପ୍ରାଇସ୍ ।
• ଏହି ନୂଆ ଜିଓ ଫୋନ୍ ରେ ହ୍ୱାଟସଆପ୍, ଫେସବୁକ୍ ଓ ଗୁଗଲ ସହିତ ଗୁଗଲର ଆପ୍ କାମ କରିବ । ଏବେ ପୁରୁଣା ଜିଓ ଫୋନ୍ ରେ ବି ହ୍ୱାଟସଆପ୍, ୟୁଟ୍ୟୁବ ଓ ଫେସବୁକ୍ ର ସପୋର୍ଟ ମିଳିବ ।