ଜିଓର ଦୀପାବଳୀ ଉପହାର : ଆଜି ୧୨ଟାରୁ ଆରମ୍ଭ ହେବ ଜିଓ ଫୋନ୨ ର ବିକ୍ରି, ପାଆନ୍ତୁ ବହୁତ ସାରା କ୍ୟାସବ୍ୟାକ୍

ଜିଓର ଦିୱାଲି ଅଫର୍

170

ଦୀପାବଳୀ ଅବସରରେ ଯଦି ଆପଣ ନିଜର ପରିବାର ବା ସଂପର୍କୀୟଙ୍କ ପାଇଁ ଉପହାର ଖୋଜୁଛନ୍ତି, ତେବେ ଆପଣଙ୍କ ପାଇଁ ଭଲ ସୁଯୋଗ ଅଛି । ଏହି ଦୀପାବଳୀରେ ଆପଣ ଉପହାର ସ୍ୱରୂପ ଜିଓ ଫୋନ୨ ଦେଇପାରିବେ । ରିଲାଏନ୍ସ ଜିଓ ୭ ଦିନ ପାଇଁ ଜିଓ ଫୋନ୨ର ବିକ୍ରି କରିବାକୁ ଯାଉଛି । ଯାହାକୁ ଆପଣ ଅପେକ୍ଷା ନକରି କିଣିପାରିବେ । ଏହି ସେଲ ଆଜି ଅର୍ଥାତ୍ ୫ ନଭେମ୍ବର ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହୋଇ ୧୨ ନଭେମ୍ବର ପର୍ଯ୍ୟନ୍ତ ଚାଲିବ । ସେଲ ରେ ଫୋନ୍ କିଣିବା ପାଇଁ ପେଟିଏମ୍ ୱାଲେଟରୁ ପେମେଣ୍ଟ କଲେ ୨୦୦ ଟଙ୍କାର କ୍ୟାସବେକ୍ ଦିଆଯାଉଛି ।

ଏହି ସମୟରେ ଜିଓ ନିଜ ଜିଓ ଫୋନ୍ ଡିଭାଇସ୍ ପାଇଁ ୪୯,୯୯ ଓ ୧୫୩ ଟଙ୍କାର ୩ ପ୍ରିପେଡ୍ ରିଚାର୍ଜ ଚଲାଉଛି । ଏଥିରେ ୟୁଜର୍ସଙ୍କୁ ୧ରୁ ନେଇ ୪୨ଜିବି ପର୍ଯ୍ୟନ୍ତ ଡାଟା ସହିତ ଅନେକ ଆହୁରି ଫାଇଦା ମିଳେ । ୧୫୩ ଟଙ୍କାର ଜିଓ ଫୋନ୍ ରେ ୨୮ ଦିନ ପାଇଁ ପ୍ରତିଦିନ ୧.୫ ଜିବି ଡାଟା ମିଳେ ।

୯୯ ଟଙ୍କାର ଜିଓ ଫୋନ୍ ପ୍ଲାନରେ ଆପଣଙ୍କୁ ୨୮ ଦିନ ପର୍ଯ୍ୟନ୍ତ ପ୍ରତିଦିନ ୦.୫ ଜିବି ଡାଟା ମିଳିବ । ଏହା ସହିତ ଫ୍ରି ଭଏସ୍ କଲ୍ ଓ ୩୦୦ ଏସଏମଏସ ବି ମିଳିବ । ଯଦି ୪୯ ଟଙ୍କିଆ ଜିଓ ଫୋନ୍ ପ୍ଲାନରେ ଆପଣଙ୍କୁ ୨୮ ଦିନ ପାଇଁ ୧ ଜିବି ଡାଟା ମିଳିବ । ଏହାର ଅର୍ଥ ଆପଣ ୨୮ ଦିନରେ ସର୍ବାଧିକ ୧ ଜିବି ଡାଟା ହି ପାଇବେ ।