ଜିଓର ପୁଣି ଆସୁଛି ଧମାକାଦାର ଅଫର୍ ! କମ୍ପାନୀ କଲା ଘୋଷଣା

94

ଜିଓ ଗ୍ରାହକ ମାନଙ୍କ ପାଇଁ ପୁଣି ଏକ ଖୁସିଖବର । ଟ୍ରାଇର ନିର୍ଦେଶ ଅନୁଯାୟୀ ‘ସମର୍ ସରପ୍ରାଇଜ’ ଅଫର୍ ବନ୍ଦ କରିବା ପରେ ଜିଓ ପୁଣି ଆସୁଛି ନୂଆ ଧମାକାଦାର ଅଫର୍ ସହ । ନିଜର ୱେବ୍ ସାଇଟ୍ ଏବଂ ମାଇଁ ଜିଓ ଆପ୍ ଜରିଆରେ ଏନେଇ କହିଛି କମ୍ପାନୀ । କମ୍ପାନୀ ତରଫରୁ ଘୋଷଣା କରାଯାଇଛି ‘ଆମେ ଆମ ତାରିଫ୍ ପ୍ୟାକ୍ସ ଅପଡେଟ୍ କରୁଛୁ ଏବଂ ଖୁବ୍ ଶୀଘ୍ର ନୂଆ ମଜାଦାର ଅଫର୍ ଆଣୁଛୁ’ । ଏଥିରୁ ନିଶ୍ଚୟ ଅନୁମାନ ହେଉଛି ଯେ ଜିଓ ନିଜ ଗ୍ରାହକ ମାନଙ୍କୁ କୌଣସି ପ୍ରକାର ନିରାଶ କରିବାକୁ ଚାହୁଁନି ।

ତେବେ ଏହି ଅଫର୍ ସେହିମାନଙ୍କ ପାଇଁ ଯେଉଁମାନେ ଏପ୍ରିଲ୍ ୯ ତାରଖ ଭିତରେ ରିଚାର୍ଜ କରି ‘ସମର୍ ସରପ୍ରାଇଜ’ ଅଫରର ଲାଭ ଉଠାଇ ପାରିନାହାଁନ୍ତି । ଏପ୍ରିଲ୍ ୬ ତାରିଖରେ ଟ୍ରାଇ ଜିଓକୁ ‘ସମର୍ ସରପ୍ରାଇଜ’ ଅଫର୍ ରଦ୍ଦ କରିବାକୁ ନିର୍ଦେଶ ଦେଇଥିଲା । କିନ୍ତୁ କମ୍ପାନୀ ଏହାକୁ ସାଙ୍ଗେ ସାଙ୍ଗେ ଲାଗୁ ନକରି ୯ ତାରିଖ ଯାଏଁ ଗ୍ରାହକଙ୍କୁ ରିଚାର୍ଜ ସମୟ ଦେଇଥିଲା । ଏବେ ଏହି ଅବଧି ସରିବା ପରେ ଜିଓ ପୁଣି ନିଜ ଗ୍ରାହକ ମାନଙ୍କ ଆସୁଛି ନୂଆ ଅଫର୍ ସହ ଯାହା ଏଯାଏଁ ଜଣାପଡିନାହିଁ ।

ସୌଜନ୍ୟ : ଇକନୋମିକ୍ ଟାଇମ୍ସ