ଜିଓର ଡାଟାଗିରି ବନ୍ଦ ! ଟକ୍କର ଦେବାକୁ ଏୟାରଟେଲ, ବିଏସଏନଏଲ, ଭୋଡାଫୋନ ଓ ଆଇଡିଆର ନୂତନ ଯୋଜନା

84

ରିଲାଏନ୍ସ ଜିଓ ଯେେତେବେଳ ବଜାରରେ ପ୍ରବେଶ କଲା ସେବେଠାରୁ ହିଁ ଟେଲିକମ ଦୁନିଆରେ ଚହଳ ସୃଷ୍ଟିି କରିଥିଲା । ଆଉ ଏବେ ଏପଟେ ଜିଓ ପ୍ରାଇମ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହେବା ପରେ ଅନ୍ୟ କମ୍ପାନୀମାନେ ସଙ୍ଗୀନ ଅବସ୍ଥାରେ ଗତି କରୁଛନ୍ତି । ଏମିତିରେ ଜିଓର ଡାଟାଗିରି ବନ୍ଦ କରିବା ପାଇଁ ଏବଂ ଉପଯୁକ୍ତ ଟକ୍କର ଦେବାପାଇଁ ଏୟାରଟେଲ, ଆଇଡିଆ. ଭୋଡାଫୋନ ଓ ବିସଏସଏନଏଲ ନୁତନ ଯୋଜନା ଆରମ୍ଭ କରି ଦେଇଛନ୍ତି ବୋଲି ସୂଚନା ମିଳିଛି । ଜିଓକୁ ଟକ୍କର ଦେବା ପାଇଁ ନିତିଦିନ ଏବେ ନୂଆ ନୂଆ ଯୋଜନା ମାର୍କେଟକୁ ଆସୁଛି ।

ଏୟାରଟେଲ ବନାମ ଜିଓ-
ଜିଓର ୩୦୩ ପ୍ରାଇମ ପ୍ଲାନକୁ ଟକ୍କର ଦେବା ପାଇଁ ଏୟାରଟେଲର ୧୪୯ ଟଙ୍କା ଓ ୩୪୯ ଟଙ୍କାର ଦୁଇଟି ନୂଆ ଯୋଜନା କରିଛି । ୧୪୯ ଟଙ୍କା ଯୋଜନାରେ ଏୟାରେଟେଲ କଲିଂ , ରୋମିଂରେ ଇନକମିଂ ମାଗଣା ଓ ୨୮ ଦିନ ପାଇଁ ୨ ଜିବି ଡାଟା ଅଛି । ସେହିପରି ୩୪୯ ଟଙ୍କିଆ ଯୋଜନାରେ ୨୮ ଦିନ ପାଇଁ ୨୮ ଜିବି ଡାଟା ସହ ଲୋକାଲ ଓ ଇଣ୍ଟରନ୍ୟାସନାଲ କଲର ଅନଲିମିଟିଡେ ସୁବିଧା ରହିଛି । କିନ୍ତୁ ଏହି ଯୋଜନାରେ ଗ୍ରାହକ ଗୋଟିଏ ଦିନରେ କେବଳ ୫୦୦ ଏମବି ଡାଟା ବ୍ୟବହାର କରିପାରିବେ ।

ଆଇଡିଆ ବନାମ ଜିଓ-
ଆଇଡିଆ ୩୪୫ ଟଙ୍କାର ଏକ ଯୋଜନା ଲଞ୍ଚ କରିଛି ଯେଉଁଠି ଗ୍ରାହକଙ୍କୁ ୧୪ ଜିବି ୪ ଜି ଡାଟା ସହ ଅନଲିମିଟେଡ କଲ ସୁବିଧା ରହିଛି । ଏହାର ବୈଧତା ୨୮ ଦିନ ପର୍ଯ୍ୟନ୍ତ ରହିବ ଓ ଏହି ଯୋଜନାରେ ଗୋଟିଏ ଦିନରେ ଗ୍ରାହକ ୫୦୦ ଏମବି ଡାଟା ହିଁ ବ୍ୟବହାର କରିପାରିବେ ।

ଭୋଡାଫୋନ ବନାମ ଜିଓ-

ଭୋଡାଫୋନ ୩୪୬ ଟଙ୍କା ଓ ୩୪୨ ଟଙ୍କାର ଦୁଇଟି ଯୋଜନା ଲଞ୍ଚ ହୋଇଛି । ୩୪୨ ଟଙ୍କାର ଯୋଜନାରେ ୨୮ ଜିବି ୩ଜି/୪ଜି ଡାଟା ଓ ୨୮ ଦିନ ପାଇଁ ଅନଲିମିଟେଡ କଲିଂ ସୁବିଧା ରହିଛି । ଏହି ଯୋଜନାରେ ଜଣେ ଗ୍ରାହକ କେବଳ ୧ ଜିବି ଡାଟା ବ୍ୟବହାର କରିପାରିବେ । ସେହିଠରେ ୩୪୬ ଟଙ୍କାର ଯୋଜନାରେ ଅନଲିମିଟେଡ କଲିଂ ଓ ୧୦ ଜିବି ଡାଟା ସୁବିଧା ରହିଛି ଯାହାର ବୈଧତା ୨୮ ଦିନ । ଏହି ଯୋଜନାରେ ଗ୍ରାହକ ପ୍ରତିଦିନ ୩୦୦ ଭଏସ କଲ କରିପାରିବେ ଏବଂ ତାପରେ କଲ କଲେ ଚାର୍ଜ ମିଳିବ ।

ବିଏସଏନଏଲ ବନାମ ଜିଓ-
ବିଏସଏନଲର ଯୋଜନାରେ ପୋଷ୍ଟପେଡ ଗ୍ରାହକଙ୍କୁ ୫୯୯ ଟଙ୍କା ପ୍ରତି ମାସରେ ପଇଠ କରିବା ପାଇଁ ପଡିବ ଯାହା ଦ୍ୱାରା ରୋମିଂରେ ମଧ୍ୟ ଆପଣ ଅନଲଇମିଟେଡ ମାଗଣା କଲ କରିପାରିବେ । କିନ୍ତୁ ଏହି ଯୋଜନା କେବଳ ପ୍ରଥମ ୪ ମାସ ପାଇଁ ଏହା ପରେ ମାସକୁ ୭୯୯ ଟଙ୍କା ଦେବାକୁ ପଡିବ । ଏହି ଯୋଜନା ଅନୁସାରେ ଗ୍ରାହକଙ୍କୁ ପ୍ରହିଲି ୪ ମାସ ପାଇଁ ୬ ଜିବି ଡାଟା ମିଳିବ ,ଯାହାକୁ ୪ ମାସ ପରେ ୩ ଜିବି କରିଦିଆଯିବ ।

କିନ୍ତୁ ଏହି ସବୁ ଯୋଜନା ନେଇ ଏଯାଏଁ ଏଆରଟେଲ,ଆଇଡିଆ ଓ ଭୋଡାଫୋନ କର୍ତ୍ତୃପକ୍ଷ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମଳିନାହିଁ ।