ଏସବିଆଇ ସହ ମିଶି ଜିଓ ଆରମ୍ଭ କଲା ପେମେଂଟ ବ୍ୟାଙ୍କ୍ ! ଘରେ ବସି ବସି ଲାଭ ଉଠାଇ ପାରିବେ ଗ୍ରାହକ, ଜାଣନ୍ତୁ କ’ଣ ମିଳିବ ଫାଇଦା

51

ଟେଲିକମ୍ ଦୁନିଆରେ ଝଡ଼ ସୃଷ୍ଟି କରିଥିବା ଜିଓ ମଙ୍ଗଳବାର ଠାରୁ ଆରମ୍ଭ କରିଛି ପେମେଣ୍ଟ ବ୍ୟାଙ୍କ୍ । ଦେଶର ବଡ଼ ବ୍ୟାଙ୍କ୍ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ସହ ମିଶି ପେମେଂଟ ବ୍ୟାଙ୍କ ଲଂଚ କରିଛି ଜିଓ । ପେମେଂଟ ବ୍ୟାଙ୍କ ଆରମ୍ଭ ହେବା ପରେ ଲୋକଙ୍କୁ ଅନେକ ସୁବିଧା ମିଳିବ । ରିଲାଏନ୍ସ ଜିଓ ପେମେଂଟ ବ୍ୟାଙ୍କରୁ ରାଜସ୍ୱ ଆଦାୟ କରିବା ପାଇଁ ଇନସ୍ୟୁରାନ୍ସ ବ୍ରିକି କରିବ । ଜିଓର ଜଣେ ବରିଷ୍ଠ ଅଧିିକାରୀ କହିଛନ୍ତି ଜିଓର ସମସ୍ତ ଯୋଜନା ସହ ଏହାକୁ ଯୋଡ଼ାଯିବ । ରିଲାଏନ୍ସ ନିଜର ବ୍ୟାଙ୍କିଂ ସେବାକୁ ଜିଓର ସମସ୍ତ ନୂଆ ଓ ପୁରୁଣା ଗ୍ରାହକଙ୍କୁ ଯୋଗାଇବ । ଏହାସହ ରିଟେଲ ନେଟୱର୍କ, ମର୍ଚ୍ଚାଂଟ ଆଉଟଲେଟ୍, ଜିଓ ରିଟେଲର ଆଦି ସହ ମଧ୍ୟ ଟାଇଅପ୍ କରିବ ।

ଜିଓ ପେମେଂଟ ବ୍ୟାଙ୍କରେ ଏସବିଆଇ ୩୦ ପ୍ରତିଶତ ଭାଗିଦାରୀ ରହିଛି । ୭୦ ପ୍ରତିଶତ ଭାଗିଦାରୀ ରହିଛି ରିଲାଏନ୍ସ ଇଣ୍ଡଷ୍ଟ୍ରୀ ପାଖରେ । ଏବେ ଦେଶରେ ଏୟାଟେଲ ପେଟିଏମ୍ ଓ ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କ ଆରମ୍ଭ ହୋଇସାରିଛି । କୌଣସି ବି ବ୍ୟକ୍ତି ରିଲାଏନ୍ସ ଜିଓ ପେମେଂଟ ବ୍ୟାଙ୍କରେ ନିଜର ଆକାଉଂଟ ତିଆରି କରିପାରିବେ । ଯଦି ଆପଣଙ୍କ ପାଖରେ ରିଲାଏନ୍ସ ଜିଓର ନମ୍ବର ନାହିଁ, ତେବେ ଆପଣ ଏଥିରେ ଆକାଉଂଟ ଖୋଲିପାରିବେ ନାହିଁ । ଏଥିପାଇଁ ସର୍ବପ୍ରଥମେ ଆପଣଙ୍କୁ ନିଜ ମୋବାଇଲ ଫୋନରେ ଜିଓ ପେମେଂଟ ବ୍ୟାଙ୍କର ଆପ ଇନେଷ୍ଟୋଲ କରି ନିଜ ନମ୍ବରକୁ ସାଇନ୍ ଇନ୍ କରିବା ପାଇଁ ପଡ଼ିବ । ଏହା ବ୍ୟତୀତ ଆଧାର କାର୍ଡ଼କୁ ମଧ୍ୟ ପେମେଂଟ ବ୍ୟାଙ୍କରେ ଲିଙ୍କ୍ କରିବା ପାଇଁ ପଡ଼ିବ । ଏହାସହ ଯଦି ଡେବିଟ୍/ଏଟିଏମ୍ କାର୍ଡ଼ ଦରକାର ହେଲେ ଠିକଣାକୁ ଅପଡ଼େଟ୍ କରିବା ପାଇଁ ପଡ଼ିବ । ପେମେଂଟ ବ୍ୟାଙ୍କ ଆକାଉଂଟ ପାଇଁ ଜିଓ କଷ୍ଟମର ଏକଜ୍ୟୁକିଟିଭ ଭେରିଫିକେସନ ପାଇଁ ଇକେୱାଇସି ପାଇଁ ଆପଣଙ୍କ ଘରକୁ ଆସିବେ । ଆପଣ ଜିଓ ପେମେଂଟ ଅଧିକୃତ ସେଂଟରକୁ ଯାଇ ମ୍ୟଧ ଭେରିଫିକେସନ୍ କରିପାରିବେ ।

ଛୋଟ ବ୍ୟବସାୟୀଙ୍କ ପାଇଁ ଏହି ପେମେଂଟ ବ୍ୟାଙ୍କ ବହୁତ ଲାଭକାରୀ । ୫ରୁ ୬ ଜଣ କର୍ମଚାରୀ ଥିବା ବ୍ୟବସାୟୀଙ୍କ ପାଇଁ ଜିଓ ପେମେଂଟ ବ୍ୟାଙ୍କରେ ସାଲାରୀ ଆକାଉଂଟ ମଧ୍ୟ ଖୋଲାଯାଇପାରିବ । ଜିଓ  ପେମେଂଟ ବ୍ୟାଙ୍କରେ ମୋବାଇଲ ଜରିଆରେ ବ୍ୟାଙ୍କିଂ ବହୁତ ସହଜ ହେବ । ଆଉ ଏଥିପାଇଁ ବ୍ୟାଙ୍କରେ ଚକ୍କର ଲଗାଇବା ପାଇଁ ପଡ଼ିବ ନାହିଁ । ତେବେ ଏଥିପାଇଁ ଏହାର ନିଜର କିଛି ସୀମା ଅଛି, ଯାହା ସାଧାରଣ ବ୍ୟାଙ୍କମାନଙ୍କ ଠାରୁ ଭିନ୍ନ । ତେବେ ଏହି ବ୍ୟାଙ୍କରେ ଋଣନେବା ପାଇଁ କୌଣସି ସୁବିଧା ନାହିଁ । ଆପଣ ଏହି ଖାତରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଜମା କରିପାରିବେ । ସାଧାରଣ ବ୍ୟାଙ୍କରେ ପରି ଏଥିରେ ଟଙ୍କା ଜମା କଲେ ଆପଣଙ୍କୁ ମିଳିବ ସୁଧ । ଏଠାରେ କେବଳ ମୋବାଇଲ ଫୋନ୍ ଜରିଆରେ ଟଙ୍କା ନେଣଦେଣ କରିହେବ ।