ଜିଓ ଗ୍ରାହକଙ୍କୁ ମାଗଣାରେ ମିଳୁଛି ୮ଜିବି ଡାଟା ! କେଉଁ ପରିସ୍ଥିତିରେ ଲାଭ ଉଠାଇ ପାରିବେ ଗ୍ରାହକ ?

203
କିଛି ଦିନ ପୂର୍ବରୁ ଭାରତୀୟ ବଜାରରେ ଜିଓକୁ ଦୁଇ ବର୍ଷ ପୂରିଛି । ଦୁଇ ବର୍ଷ ପୂର୍ତ୍ତି ଅବସରରେ କମ୍ପାନୀ ନିଜ ୟୁଜରଙ୍କ ପାଇଁ ଜିଓ ସେଲିବ୍ରେସନ୍ ପ୍ୟାକ୍ ଜାରି କରିଥିଲା । ଏହି ପ୍ୟାକ୍ ଅନୁସାରେ ସେପ୍ଟେମ୍ବର ମାସରେ ଚାରି ଦିନ ପର୍ଯ୍ୟନ୍ତ ଲଗାତାର ଗ୍ରାହକଙ୍କୁ ୨ ଜିବି ଡାଟା ଉପଲବ୍ଧ କରାଯାଇଥିଲା । ଏହାସହ କମ୍ପାନୀ ସୂଚନା ଦେଇଥିଲା ଆଗାମୀ ମାସରେ ଅର୍ଥାତ୍ ଅକ୍ଟୋବର ମାସରେ ୟୁଜରଙ୍କୁ ୮ ଜିବି ଡାଟା ପ୍ରଦାନ କରାଯିବ ।
ରିପୋର୍ଟ ଅନୁସାରେ ଏବେ କମ୍ପାନୀ ଏହି ଡାଟା ଗ୍ରାହକଙ୍କୁ ଉପଲବ୍ଧ କରାଉଛି । ଯାହା ୩୦ ଅକ୍ଟୋବର ପର୍ଯ୍ୟନ୍ତ ଜାରି ରହିବ । ତେବେ ଏହି ଯୋଜନାର ବୈଧତା ପ୍ରତି ଗ୍ରାହକ ହିସାବରେ ଭିନ୍ନ ଭିନ୍ନ ରହିବ । ଯଦି ଆପଣ ଜଣେ ଜିଓ ଗ୍ରାହକ ତେବେ ଆପଣଙ୍କ ଟାରିଫ ଯୋଜନା ଆକ୍ଟିଭ ଥିଲେ ମାଇଜିଓ ଆପ୍ ଯାଇ ନିଜର ସେଲିବ୍ରେସନ୍ ପ୍ୟାକ୍ ଚେକ୍ କରନ୍ତୁ ।
ମାଇ ଜିଓ ଆପକୁ ଯାଇ ମାଇ ପ୍ଲାନ୍ ସେକ୍ସନକୁ ଯାଆନ୍ତୁ । ଏଠାରେ ଆପଣଙ୍କ ଯୋଜନାର ଏକ୍ସପାଇରୀ ଡେଟ୍ ମଧ୍ୟ ନଜର ଆସିବ । ତେବେ ସୂଚନା ଅନୁସାରେ ଏବେ ଆପଣଙ୍କୁ ଜିଓ ସେଲିବ୍ରେସନ୍ ପ୍ୟାକର ସୁବିଧା ମିଳିବ ନାହିଁ । ଧୀରେ ଧୀରେ ଆପଣଙ୍କ ପାଖରେ ପହଞ୍ଚିବ ଏହି ସୁବିଧା ।