ଏବେ ସବୁଠି ଜିଓର ଜଲୱା : ରିଲାଏନ୍ସ ଡିଜିଟାଲ ଆଗରେ ଲମ୍ବାଧାଡି

49

vlcsnap-2016-09-19-21h37m38s310କନକ ବ୍ୟୁରୋ : ପୁରା ଦେଶରେ ଏବେ ଜିଓ କ୍ରେଜ । ରିଲାଏନ୍ସ ହାଇସ୍ପିଡ ଜିଓ ସିମ ମାର୍କେଟକୁ ଛାଡିବା ପରେ ଲୋକେ ବି ବେଶ ଖୁସି । ରାଜଧାନୀ ଭୁବନେଶ୍ୱରରେ ଜିଓ ପାଇଁ ଲୋକେ ପାଗଳ । ସକାଳୁ ଲୋକଙ୍କ ଲମ୍ବା ଲାଇନ । ଖରାତରାକୁ ଖାତିର ନକରି ଧାଡି ବାନ୍ଧି ଛିଡା ହେଉଛନ୍ତି ଲୋକେ ।

vlcsnap-2016-09-19-21h39m52s901ରାଜଧାନୀର ବିଭିନ୍ନ ରିଲାଏନ୍ସ ସପରେ ଦେଖିବାକୁ ମିଳୁଛି ଏଭଳି ଦୃଶ୍ୟ । ଷ୍ଟୋର ଖୋଲିବା ପୂର୍ବରୁ ଦୋକାନ ସାମ୍ନାରେ ଲୋକଙ୍କ ଭିଡ । ବିଶେଷକରି ଯୁବକ ଯୁବତୀଙ୍କ ମଧ୍ୟରେ ରିଲାଏନ୍ସ ଜିଓ ସିମ ବ୍ୟବହାର କରିବାକୁ ନେଇ ଉତ୍କଣ୍ଠା ଦେଖିବାକୁ ମିଳୁଛି ।

vlcsnap-2016-09-19-21h38m55s993କେମିତି ପାଇବେ ଜିଓ ସିମ୍ ?

ଜିଓ ସିମ ପାଇବାକୁ ହେଲେ ଆପଣଙ୍କୁ ଜିଓ ଆପ ଡାଉନଲୋଡ କରିବାକୁ ପଡିବ । ଏହାପରେ ଆପଣଙ୍କୁ ମିଳିବ ଏକ ବାର କୋଡ୍ । ଆଉ ବାର୍ କୋଡ୍ ପାଇବା ମାତ୍ରେ ସିମ ପାଇବା ପାଇଁ କାଉଂଟର ସାମ୍ନାରେ ଲୋକଙ୍କ ଲାଇନ ଲାଗୁଛ । ଗ୍ରାହକଙ୍କ ସଂଖ୍ୟା ଏତେ ହୋଇଯାଇଛି ଯେ ସିମକାର୍ଡ ଆକ୍ଟିଭେଟ ହେବାକୁ ୪ ରୁ ୫ ଦିନ ଲାଗିଯାଉଛି । ଆଉ ଫୁଲ୍ ସ୍ପିଡ ନେଟର ଫାଇଦା ପାଇବା ପାଇଁ ଆପଣଙ୍କୁ ଲାଗିଯିବ ୧୦ ଦିନ ।

ଏବେ ମାଗଣାରେ ଜିଓ ସିମ ମିଳୁଥିବା ବେଳେ ପ୍ରତିଦିନ ୪ଜିବି ପର୍ଯ୍ୟନ୍ତ ମାଗଣା ନେଟ୍ ସେବା ମିଳୁଥିବାରୁ ଲୋକେ ବି ବେଶ ଖୁସି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –