ପୁଣି ଘୋଷଣା କଲା ଜିଓ ! ଏବେ ଏହି ଗ୍ରାହକଙ୍କୁ ଦେବାକୁ ପଡିବ ନାହିଁ କଲିଙ୍ଗ୍ ର ଟଙ୍କା , ପ୍ଲାନ୍ ସହ ଜଡିତ ହେଲା No IUC Voice Plan  

5,177

ଦୀପାବଳୀ ପୂର୍ବରୁ ଗ୍ରାହକଙ୍କୁ ଜୋରଦାର୍ ଝଟକା ଦେଇଛି ଜିଓ । ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କ ଠାରୁ ଏବେ ନନ୍ କଲିଙ୍ଗ୍ ଉପରେ ଟଙ୍କା ଚାର୍ଜ କରିବା ପାଇଁ ନିଷ୍ପତ୍ତି ନେଇଛି । ତେବେ ଜିଓର ଏଭଳି ଘୋଷଣା ପରେ ଗ୍ରାହକଙ୍କ ମଧ୍ୟରେ ଏହି ନିୟମ କେବେ ଠାରୁ ଲାଗୁ ହେବ ବୋଲି ଚିନ୍ତା ବଢିଯାଇଥିଲା । ବର୍ତ୍ତମାନ ରିଲାଏନ୍ସ ଜିଓ ଲୋକଙ୍କ ଏହି ପ୍ରଶ୍ନକୁ ଦୂର କରିଛି ।

ରିଲାଏନ୍ସ ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯେ ଅକ୍ଟୋବର ୯ ପୂର୍ବରୁ ଯେଉଁ ଗ୍ରାହକମାନେ ନିଜ ନମ୍ବରରେ ରିଚାର୍ଜ କରାଇଥିବେ ସେମାନେ ନନ୍ ଜିଓ ୟୁଜର୍ସଙ୍କୁ ବି ମାଗଣା କଲ୍ କରିପାରିବେ । କିନ୍ତୁ ଯେତେବେଳେ ଏହି ପ୍ଲାନ୍ ବୈଧତା ଶେଷ ହୋଇଯିବ ସେତେବେଳେ ଜିଓ କଲିଙ୍ଗ୍ ପାଇଁ ଟଙ୍କା ଦେବାକୁ ପଡିବ । ରିଲାଏନ୍ସ ଜିଓ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି । ଜିଓର ସବୁଠାରୁ ପପୁଲାର୍ ପ୍ଲାନ୍ ର ଭାଲିଡିଟି ୮୪ ଦିନ ପର୍ଯ୍ୟନ୍ତ ରହିଛି । କିନ୍ତୁ ଅନ୍ୟ କିଛି ପ୍ଲାନ୍ ର ବୈଧତା ବର୍ଷେ ପର୍ଯ୍ୟନ୍ତ ରହିଛି ।

ତାହେଲେ କ’ଣ ଏକ ବର୍ଷ ପାଇଁ ନନ୍ ଜିଓ କଷ୍ଟମର୍ ଙ୍କ ଉପରେ କଲିଙ୍ଗ୍ ର ଚାର୍ଜ ଲାଗିବ ନାହିଁ? ଯଦି ଆପଣ ଅକ୍ଟୋବର ୯ ପୂର୍ବରୁ ୩୯୯ ଟଙ୍କାର ପ୍ଲାନ୍ କୁ ରିଚାର୍ଜ କରାଇଛନ୍ତି ତେବେ ଏହା ୮୪ ଦିନ ପର୍ଯ୍ୟନ୍ତ ଆପଣଙ୍କୁ ମାଗଣା କଲ୍ ର ସୁବିଧା ଦେବ । ତେବେ ୧ ବର୍ଷ ପ୍ଲାନ୍ ବିଷୟରେ ସବିଶେଷ ସୂଚନା ମିଳିନାହିଁ । ବର୍ତ୍ତମାନ ରିଲାଏନ୍ସ ଜିଓ ପ୍ଲାନ୍ ସହ No IUC Voice Plan ମଧ୍ୟ ଯୋଡାଯାଇଛି । ଆପଣଙ୍କୁ କହିରଖୁଛୁ ଯେ ଅକ୍ଟୋବର ୯ ତାରିଖରୁ ଜିଓ ଘୋଷଣା କରିଛି ଯେ ଗ୍ରାହକଙ୍କୁ ନନ୍ ଜିଓ କଲିଙ୍ଗ୍ ପାଇଁ ୬ ପଇସା ପ୍ରତି ମିନିଟ୍ ଦେବାକୁ ପଡିବ । ତେବେ ଲ୍ୟାଣ୍ଡଲାଇନ୍ ଏବଂ ଜିଓ ଟୁ ଜିଓ ଏବେ ବି ମାଗଣା କଲିଙ୍ଗ୍ ରହିଛି । ଜିଓ ପକ୍ଷରୁ କୁହାଯାଇଛି ଟଙ୍କା ବଦଳରେ ଗ୍ରାହକଙ୍କୁ ମାଗଣା ଡାଟା ମଧ୍ୟ ଦିଆଯିବ ।