ଜିଓ ଫୋନ୍‌ ପ୍ରି-ବୁକିଂ ବନ୍ଦ ହେଲା

26

କନକ ବ୍ୟୁରୋ : ରିଲାଏନ୍ସ ଜିଓ ଫୋନ୍ ବୁକିଂ ଅଗଷ୍ଟ ୨୪ ସନ୍ଧ୍ୟା ୫.୩୦ରୁ ଆରମ୍ଭ ହୋଇଥିଲା । ତେବେ ଶନିବାର ରିଲାଏନ୍ସ ଜିଓର ଫିଚର ଫୋନର ବୁକିଂ ବନ୍ଦ କରି ଦିଆଯାଇଛି ବୋଲି କମ୍ପାନି ପକ୍ଷରୁ ସୂଚନା ମିଳିଛି । କମ୍ପାନି ଫୋନ୍ ବୁକିଂର ମାତ୍ରା ଯେତିକି ଆଶା ରଖିଥିଲା ଦୁଇଦିନ ମଧ୍ୟରେ ବୁକିଂ ଅଧିକ ସଂଖ୍ୟାରେ ପହଞ୍ଚିବାରୁ ଫୋନର ପ୍ରି-ବୁକିଂକୁ କିଛିଦିନ ପାଇଁ ବନ୍ଦ କରିଦିଆଯାଇଛି ।

କମ୍ପାନି ପକ୍ଷରୁ ଗ୍ରାହକଙ୍କୁ ମେସେଜ ମଧ୍ୟ ପଠାଯାଉଛି । ଏହି ମେସେଜରେ ଲେଖାଯାଇଛି ଯେ, ଯେଉଁମାନେ ଜିଓ ଫୋନ୍ ବୁକିଂ କରିଛନ୍ତି ସେମାନଙ୍କୁ ଧନ୍ୟବାଦ । ଜିଓ ଫୋନର ବୁକିଂ କିଛିଦିନ ପାଇଁ ବନ୍ଦ କରାଯାଇଛି । ପୁର୍ନବାର ବୁକିଂ ଆରମ୍ଭ ହେଲେ ଆମେ ଆପଣଙ୍କୁ ତୁରନ୍ତ ଜଣାଇଦେବୁ । ପ୍ରତି ମେସେଜ ସହିତ ଗ୍ରାହକଙ୍କୁ ଏକ ଲିଙ୍କ ମଧ୍ୟ ପଠାଯାଉଛି ।

ରିଲାଏନ୍ସ ଜିଓର ପ୍ରି-ବୁକିଂ କରିବା ପାଇଁ ପ୍ରଥମେ ରିଲାଏନ୍ସ ଜିଓ ୱେଅଥବା ଆପକୁ ଯାଆନ୍ତୁ । ସେଥିରେ ଆପଣଙ୍କୁ ଜିଓ ଫୋନର ଲିଙ୍କ ଉପରେ କ୍ଲିକ୍ କରିବାକୁ ପଡ଼ିବ । ଆପଣଙ୍କ ମୋବାଇଲ ନମ୍ବର ଓ ରହୁଥିବା ଅଞ୍ଚଳ ପିନ୍ ଦେବା ପରେ ଆପଣଙ୍କ ବୁକିଂ ଚୟନ ହୋଇଯିବ । ଜିଓଫୋନ୍ ପ୍ରି-ବୁକିଂ ପାଇଁ ୫୦୦ଟଙ୍କା ଚାର୍ଜ ଦେବାକୁ ପଡ଼ିବ । ଫୋନ୍ ଷ୍ଟୋରରୁ ଆଣିବା ସମୟରେ୧୦୦୦ଟଙ୍କା ପ୍ରଦାନ କରିବାକୁ ହେବ । ଯାହାକି ପରବର୍ତ୍ତୀ ସମୟରେ ଗ୍ରାହକଙ୍କୁ ଫେରସ୍ତ କରି ଦିଆଯିବ ବୋଲି କମ୍ପାନି ପକ୍ଷରୁ ପ୍ରକାଶ ।