ଭାରତର ୫ଟି ପ୍ରମୁ୍ଖ ସହରରେ ପ୍ରଥମେ ମିଳିବ ଜିଓ ଫୋନ! ପ୍ରତିଦିନ ୧ ଲକ୍ଷ ହ୍ୟାଣ୍ଡସେଟ ବଜାରକୁ ଛାଡିବ କମ୍ପାନି

22

କନକ ବ୍ୟୁରୋ : ଜିଓ ଫୋନ୍ ପାଇଁ ଆବେଦନ କରିଥିବା ଲୋକଙ୍କ ପାଇଁ ଖୁସିଖବର । ଜିଓ ଫୋନ ପାଇଁ ପ୍ରି-ବୁକିଙ୍ଗ କରିଥିବା ଲୋକଙ୍କ ହାତରେ ଖୁବଶୀଘ୍ର ଦେଖିବାକୁ ମିଳିବ ଏହି ଫୋନ୍ । ପ୍ରି-ବୁକିଙ୍ଗ ଆରମ୍ଭ ହେବାର କିଛି ମିନିଟ ମଧ୍ୟରେ ଲକ୍ଷ ଲକ୍ଷ ଲୋକ ଏହି ଫୋନ କିଣିବାକୁ ଆବେଦନ କରିଥିଲେ । ପ୍ରି-ବୁକିଙ୍ଗ ପରେ ଏବେ ଫୋନ ଗ୍ରାହକଙ୍କ ପାଖରେ କିପରି ଶୀଘ୍ର ପହଞ୍ଚିବ ସେ ନେଇ ପ୍ରସ୍ତୁତି ଆରମ୍ଭ କଲାଣି କମ୍ପାନି । ପ୍ରଥମେ ଭାରତର ୫ଟି ପ୍ରମୁଖ ସହରରେ ଫୋନ ଡେଲିଭରି କରିବାକୁ ଆରମ୍ଭ କରିବାକୁ ସ୍ଥିର କରିଛି କମ୍ପାନି ।

ଏକ ରିପୋର୍ଟ ଅନୁଯାୟୀ, ଏତେ ସଂଖ୍ୟକ ଲୋକଙ୍କୁ ଶୀଘ୍ର ଫୋନ ଯୋଗାଇବାକୁ ପ୍ରତିଦିନ ୧ ଲକ୍ଷ ହ୍ୟାଣ୍ଡସେଟ ବଜାରକୁ ଛାଡିବ ଜିଓ । ତାଇୱାନରୁ ଆସିବାକୁ ଥିବା ଏହି ଜିଓ ଫୋନ ପ୍ରଥମେ ଦେଶର ୫ଟି ପ୍ରମୁଖ ସହରରେ ଉପଲବ୍ଧ ହେବ । ଦିଲ୍ଲୀ, ମୁମ୍ବାଇ, କୋଲକାତା, ହାଇଦ୍ରାବାଦ ଓ ଅହମ୍ମଦାବାଦ ଭଳି ପ୍ରମୁଖ ସହରରେ ପ୍ରଥମେ ଏହି ଫୋନ ଉପଲବ୍ଧ ହେବ । ଏହାପରେ ଏହି ଫୋନ ଜିଓ ସେଣ୍ଟର ଓ ରିଲାଏନ୍ସ ଜିଓ ଷ୍ଟୋରରେ ଉପଲବ୍ଧ ହେବ ।

ରିଲାଏନ୍ସ ଜିଓ ଫୋନ୍ ବୁକିଂ ଅଗଷ୍ଟ ୨୪ ସନ୍ଧ୍ୟା ୫.୩୦ରୁ ଆରମ୍ଭ ହୋଇଥିଲା ।ମାତ୍ର କିଛି ମିନିଟ ମଧ୍ୟରେ ଲକ୍ଷ ଲକ୍ଷ ଲୋକ ଏହି ଫୋନ ପାଇଁ ପ୍ରି ବୁକିଙ୍ଗ କରିଥିଲେ । ଫଳରେ କିଛି ସମୟ ମଧ୍ୟରେ ଜିଓ ସାଇଟ କ୍ରାସ ହୋଇ ଯାଇଥିଲା । ଏହାପରେ କମ୍ପାନି ତରଫରୁ ପ୍ରି-ବୁକିଙ୍ଗ ବନ୍ଦ କରାଯାଇଥିଲା । ତେବେ ପୁଣିଥରେ କେବେ ପ୍ରି-ବୁକିଙ୍ଗ ଆରମ୍ଭ ହେବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।