ଗ୍ରାହକଙ୍କ ପାଖରେ ପହଞ୍ଚିଲା ଜିଓ ସ୍ମାର୍ଟ ଫୋନ ! ଜାଣନ୍ତୁ କଣ ରହିଛି ବିଶେଷତ୍ୱ

123

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଦୀର୍ଘ ୩ ମାସ ଧରି ଜିଓ ଫୋନକୁ ନେଇ ଲାଗି ରହିଥିବା ଅପେକ୍ଷାର ଅନ୍ତ ଘଟିଛି । ୧୫୦୦ ଟଙ୍କାର ଏହି ଫିଚର ସ୍ମାର୍ଟଫୋନ ଏବେ ଗ୍ରାହକଙ୍କ ନିକଟରେ ପହଞ୍ଚିଛି । ଆଉ ଏହାର ପ୍ରଥମ ଝଲକ ଦେଖିବାକୁ ମିଳିଛି । ଲମ୍ବା ଲାଇନରେ ଛିଡା ହୋଇ ଜିଓ ଫୋନ ପାଇଁ ପ୍ରି ବୁକିଙ୍ଗ କରିଥିବା ଗ୍ରାହକଙ୍କ ପାଖରେ ପହଞ୍ଚିଛି ଜିଓ ସ୍ମାର୍ଟଫୋନ । ହୋମ ଡେଲିଭରୀ ମାଧ୍ୟମରେ ଏହି ସୁବିଧା ପାଇ ପାରୁଛନ୍ତି ଗ୍ରାହକ । ବଜାରକୁ ଆସିବା ପରେ କଣ ସବୁ ସୁବିଧା ରହିଛି ଏହି ଜିଓ ଫୋନରେ ତାହା ଆସନ୍ତୁ ଜାଣିବ । ।

jio-phone-2_ଡିଜାଇନ: ଗ୍ରାହକଙ୍କ ପାଖରେ ପହଞ୍ଚି ସାରିଥିବା ଏହି ଫୋନକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଏହାର ନିର୍ମାଣ ଶୈଳୀ ଅନ୍ୟ ଫୋନ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏହାର ବଡି ପାର୍ଟଟି ସମ୍ପୂର୍ଣର୍ ଭାବେ କଳା ରଙ୍ଗର । ଏହାଛଡା ଶକ୍ତ ପ୍ଲାଷ୍ଟିକରେ ଏହି ଫୋନର ବଡି ପାର୍ଟ ନିର୍ମାଣ କରାଯାଇଛି । ତା ଛଡା ଏତେ କମ୍ ଟଙ୍କାରେ ବଜାରରେ ଏଭଳି କ୍ୱାଲିଟର ଫୋନ ମିଳିବା କଷ୍ଟକର ବୋଲି କିଛି ଗ୍ରାହକ କହିଛନ୍ତି । ଏହି ଜିଓ ସ୍ମାର୍ଟ ଫୋନକୁ ବ୍ୟବହାର କରିବା ଅତି ସହଜ ।

ୟୁଜର ଇଣ୍ଟରଫେସ : ଏହି ସ୍ମାର୍ଟ ଫୋନର ଇଣ୍ଟରଫେସ ଅତି ସରଳ । ଏହାଛଡା ପୂର୍ବରୁ ଏହି ଫୋନରେ କିଛି ମାଗଣା ଆପର ସୁବିଧା ଉଠାଇ ପାରିବେ ଗ୍ରାହକ । ଅନ୍ୟ ସ୍ମାର୍ଟ ଷପାନ ଭଳି ଏଥିରେ ଫ୍ଲାସ ଲାଇଟର ସୁବିଧା ରହିଛି । ଯାହା ଟର୍ଚ୍ଚ ପରି କାମ କରିବ । କେବଳ ଏତିକି ନୁହେଁ ଆଣ୍ଡ୍ରଏଡ ଫୋନ ଭଳି ଏଥିରେ ମଧ୍ୟ କ୍ୱିକ୍ ମେନୁ ଦିଆଯାଇଛି । ଯେଉଁ ମେନୁରେ ୱାଇଫାଇ, ବ୍ଲୁ ଟୁଥ୍ , ଫ୍ଲାସ ଲାଇଟ ଓ ଅଡିଓର ସୁବିଧା ଉଠାଇ ପାରିବେ ଗ୍ରାହକ । ଏହାକୁ ନାଭିଗେସନ ସାହାଯ୍ୟରେ ଚଳାଇପାରିବେ ।

jio phone 3ଏହି ଫୋନରେ ଜିଓ ଟିଭି ଦେଖିବା ପାଇଁ ଏକ ନିଦ୍ଦିଷ୍ଟ ବଟନ ଦିଆଯାଇଛି । ଏହି ବଟନ ସାହାଯ୍ୟରେ ଜିଓ ଟିଭିକୁ ସକ୍ରିୟ କରାଯାଇପାରିବ । ଗୋଟିଏ ବଟନରେ ଦୁଇଟି ସୁବିଧା କିପରି ପାଇ ପାରିବେ ସେ ନେଇ ସମସ୍ତ ସୁବିଧା ଦେଇଛି ଜିଓ । କଲିଙ୍ଗ ବଟମରେ ଜିଓ ମନିର ଲୋଗ ରହିଛି ଯାହାକୁ କିଛି ସମୟ ପ୍ରେସ କରି ରଖିଲେ ଜିଓ ୱାଲେଟ ଆପ ଆପଣାଛାଏଁ ସକ୍ର୍ରିୟ ହୋଇଯିବ ।ଏହାଛଡା ଭଏସ କମାଣ୍ଡ ଭଳି ସୁବିଧା ମଧ୍ୟ ଏହି ଫୋନରେ ପାଇ ପାରିବେ । ଭଏସ କମାଣ୍ଡ ଫିଚରକୁ ସକ୍ରିୟ କରି ଏହା ମାଧ୍ୟମରେ ଆପଣ ବିଭିନ୍ନ କମାଣ୍ଡ ଦେଇପାରିବେ । ଯାହା ଫଳରେ ଆପଣଙ୍କ ସ୍ୱରରେ ବିଭିନ୍ନ ଆପ୍ ଖୋଲିବା ସହ ବେଶ୍ ସହଜରେ ଏହାକୁ ବ୍ୟବହାର କରି ପାରିବେ ।

ଏହାଛଡା ଏହି ଫୋନରେ ଦିଆ ଯାଇଥିବା ସିନେମା ଆପକୁ ବ୍ୟବହାର କରି ବିଭିନ୍ନ ଫିଲ୍ମର ମଜା ମଧ୍ୟ ଉଠାଇପାରିବେ । ଏହି ଫୋନର ଆଉ ଏକ ବିଶେଷତ୍ୱ ହେଉଛି ଏଥିରେ ଆପଣ ଲାଇଭ ଟିଭି ଦେଖି ପାରିବେ । ବିନା କୌଣସି ଅସୁବିଧା ଓ ବିନା ବାଧାରେ ଏହି ଲାଇଭ ଟିଭିର ମଜା ନେଇପାରିବେ ଗ୍ରାହକ ।ତେବେ ଏଥିରେ ଦିଆ ଯାଇଥିବା ବିଭିନ୍ନ ସର୍ଟକର୍ଟ ବଟନକୁ ନେଇ ପ୍ରଥମ କିଛିଦିନ ଅସୁବିଧାରେ ପଡି ପାରନ୍ତି ଗ୍ରାହକ ।
ଇଣ୍ଟରନେଟ କଥା ଯଦି କହିବା ତେବେ ଏହି ଫୋନରେ ଏକ ବ୍ରାଉଜର ଦିଆଯାଇଛି । ଯାହା ସାହାର୍ଯ୍ୟରେ ଗୁଗୁଲ ସାଇଟ ଖୋଲିପାରିବେ । ଏହା ସହ ଏଥିରେ ବିଭିନ୍ନ ଚଳାଇବା ସହ ଫେସବୁକର ମଧ୍ୟ ମଜା ନେଇ ପାରିବେ । ଏଥିରେ ଅନ୍ୟ ସୋସିଆଲ ସାଇଟ ଯେପରିକି ହ୍ୱାଟସଆପ, ୟୁଟ୍ୟୁବ ଭଳି ଆପ ଦିଆଯାଇନାହିଁ ।

jio-phone-4_କ୍ୟାମେରା କଥା କହିବାକୁ ଗଲେ ଜିଓ ସ୍ମାର୍ଟ ଫୋନର ଫ୍ରଣ୍ଟରେ ଭିଜିଏ କ୍ୟାମେରା ରହିଛି । ତା ଛଡା ପଛରେ ୨ ମେଗା ପିକ୍ସଲର କ୍ୟାମେରା ଦିଆଯାଇଛି । ଏହାଛଡା ଏଥିରେ ଭିଡିଓ ଚାଟ କରିବା ପାଇଁ ମଧ୍ୟ ଏକ ଆପ ଦିଆଯାଇଛି । ଏହି ଆପ ଦ୍ୱାରା ଫ୍ରଣ୍ଟ କ୍ୟାମେରା ସାହାଯ୍ୟରେ ଭିଡିଓ କଲିଙ୍ଗ କରି ପାରିବେ ।
ଏସବୁ ଦୃଷ୍ଟିରେ ରଖିଲେ ୧୫୦୦ ଟଙ୍କାରେ ଏତେ ସବୁ ଫିଚର ଦେଉଥିବା ପ୍ରଥମ ମୋବାଇଲ ଫୋନ ହେଉଛି ଜିଓ ଫୋନ । ଏହାଛଡା ଇଣ୍ଟରନେଟ ସ୍ପିଡ ମଧ୍ୟ ବହୁତ ଫାଷ୍ଟ ରହିଛି । ଭଏସ କଲିଙ୍ଗ ପାଇଁ ଏହାଠାରୁ ଭଲ ଫୋନ ଆଉ କିଛି ହୋଇ ନ ପାରେ । ତେଣୁ ସମସ୍ତ ବର୍ଗଙ୍କୁ ଖୁସି କରିବା ଭଳି ବଜେଟରେ ଏହି ଫୋନ ଉପଲବ୍ଧ କରୁଛି ଜିଓ ।