ଗ୍ରାହକଙ୍କୁ ଠକିଲା ଜିଓ ! ଫୋନ୍ ଫେରସ୍ତ କଲେ ଦେବାକୁ ପଡିବ ଅତିରିକ୍ତ ଚାର୍ଜ

56

କନକ ବ୍ୟୁରୋ : ଗ୍ରାହକଙ୍କୁ ଭୁଆଁ ବୁଲାଇଲା ଜିଓ । ମାଗଣା ନୁହେଁ ଜିଓ ୪ଜି ଫିଚର୍ ଫୋନ୍ । ଫେରସ୍ତ କଲେ ଦେବାକୁ ପଡିବ ଅତିରିକ୍ତ ଚାର୍ଜ । ଆରମ୍ଭ ହୋଇ ସାରିଲାଣି ରିଲାଏନ୍ସ ଜିଓ ଫୋନ୍ ହ୍ୟାଣ୍ଡସେଟ୍ ଡେଲିଭରୀ । ଫୋନର ଲଂଚ୍ ବେଳେ ରିଲାଏନ୍ସ ଅଧ୍ୟକ୍ଷ ମୁକେଶ୍ ଅମ୍ବାନୀ କହିଥିଲେ ଗ୍ରାହକଙ୍କୁ ଏହି ଫୋନ୍ ମାଗଣାରେ ମିଳିବ । କାରଣ କିଣିବା ସମୟରେ ଗ୍ରାହକ ଦେଇଥିବା ୧୫୦୦ ଟଙ୍କା ତିନି ବର୍ଷ ପରେ ଫେରାଇ ଦିଆଯିବ ।

jio-phone-2_କିନ୍ତୁ ଏବେ ୬୦ ଲକ୍ଷ ଗ୍ରାହକଙ୍କୁ ଧୋକ୍କା ଦେଇଛି ଜିଓ । ଏହି ଫୋନ୍ କିଣିଥିବା ଗ୍ରାହକ ତିନିବର୍ଷ ପର୍ଯ୍ୟନ୍ତ ପ୍ରତିବର୍ଷ ୧୫୦୦ ଟଙ୍କା ରିଚାର୍ଜ କରିବାକୁ ବାଧ୍ୟ । ଯଦି ୩ ବର୍ଷ ମଧ୍ୟରେ ୪୫୦୦ରୁ ଅଧିକ ରିଚାର୍ଜ କରନ୍ତି ତେବେ ଫେରସ୍ତ ବେଳେ ୧୫୦୦ ଟଙ୍କା ପାଇ ପାରିବେ । ଆଉ ଯଦି କୌଣସି ଗ୍ରାହକ ଏହି ରିଚାର୍ଜ କରି ନପାରନ୍ତି ତେବେ ଅତିରିକ୍ତ ଚାର୍ଜ ଦେବାକୁ ପଡିବ ।

ଫୋନ୍ ଆଣିବାର ପ୍ରଥମ ବର୍ଷ ମଧ୍ୟରେ ଫେରସ୍ତ କଲେ ଗ୍ରାହକଙ୍କୁ ୧୫୦୦ ଟଙ୍କା ଏବଂ ଅନ୍ୟ ଚାର୍ଜ ଦେବାକୁ ପଡିବ । ଏକ ବର୍ଷ ପରେ ଫେରସ୍ତ କଲେ ୧୦୦୦ ଟଙ୍କା ଏବଂ ଅନ୍ୟାନ୍ୟ ଚାର୍ଜ ଦେବାକୁ ପଡିବ । ୨ ବର୍ଷ ପରେ ଏବଂ ୩ ବର୍ଷ ଶେଷ ହେବା ପୂର୍ବରୁ ଫେରସ୍ତ କଲେ ୫୦୦ ଟଙ୍କା ଏବଂ ଅନ୍ୟାନ୍ୟ ଚାର୍ଜ ଦେବାକୁ ପଡିବ । କେବଳ ସେତିକି ନୁହେଁ ଯଦି କୌଣସି ଗ୍ରାହକ ଫୋନ୍ କିଣିବା ପରେ ଏହାକୁ ବ୍ୟବହାର ନକରନ୍ତି ତେବେ ନିଜ ଆଡୁ ଏହାକୁ ଫେରାଇ ନେବାର ରିଲାଏନ୍ସର ଅଧିକାର ଅଛି ।

jio phone 3ଅନ୍ୟପଟେ ରିଲାଏନ୍ସ ଜିଓ ନିଜର ଅଫିସିଆଲ ସାଇଟ୍ ତଥା ଜିଓ ଡଟ୍ କମରେ ଜିଓ ଫୋନକୁ ନେଇ ଜାରି କରିଥିବା ସର୍ତ୍ତଗୁଡିକରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି କି, ଜିଓ ଫୋନ ୟୁଜର୍ସଙ୍କ ନିକଟରେ ଏହି ଫୋନକୁ ବିକିବା, ଭଡାରେ ଦେବା କିମ୍ବା ଅନ୍ୟ କୌଣସି ବ୍ୟକ୍ତିବିଶେଷଙ୍କୁ ଦେବାର ଅଧିକାର ନାହିଁ । ତେବେ ଜିଓ ଫୋନ କେବଳ ହିଁ କେବେଳ ବ୍ୟକ୍ତଗତ ଭାବେ ବ୍ୟବହାର ପାଇଁ କରାଯିବ ଏବଂ ଏହି ଫୋନର ବ୍ୟବହାର ସରକାର କିମ୍ବା କଂପାନୀ ଦ୍ୱାରା ଜାରି ହୋଇଥିବା ଉଚିତ ତଥା ଅଧିକୃତ ବ୍ୟବହାରର ଦିଗ/ନିର୍ଦ୍ଦେଶ/ସର୍ତ୍ତ ଅନୁସାରେ କରାଯିବ । କଂପାନୀ ସର୍ତ୍ତ ମୁତାବକ, ଜିଓ ଫୋନ ୟୁଜର୍ସ ଫୋନଟିର ଦୁରୁପଯୋଗ, ଫୋନରେ ଥିବା ସଫ୍ଟୱେରରେ କୌଣସି ପ୍ରକାରର ପରିବର୍ତ୍ତନ, ସିମ ଲକ୍ ବ୍ରେକ୍ କିମ୍ବା ଫୋନ ସହ କୌଣସି ବି ପ୍ରକାରର ଅପବ୍ୟବହାର କରିପାରିବେ ନାହିଁ ।