ଜିଓ ଦେଉଛି ଆଇଫୋନ୍ ଜିତିବାର ସୁଯୋଗ ! ଜାଣନ୍ତୁ କରିବେ କ’ଣ?

102

ଫ୍ଲିପକାର୍ଟ ବିଗ ବିଲିୟନ ଡ଼େଜ ସେଲ ଆରମ୍ଭ ହେବା ପାଇଁ ଏବେ ଆଉ ଏକ ଆଉ ଅଳ୍ପ ଦିନ ବାକି ଅଛି । ଏହା ପୂର୍ବରୁ ଫ୍ଲିପକାର୍ଟରେ ଏକ ପ୍ରତିଯୋଗିତା ଚାଲିଛି । ଯାହାର ନାମ ହେଲା ଫ୍ଲିପକାର୍ଟ ଜିଓ ଧନ ଧନା ଧନ କନଟେକ୍ସଟ । ଏଥିରେ ପ୍ରତି ଦିନ ଏକ ଆଇଫୋନ୍ ଜିତିବାର ସୁଯୋଗ ମିଳିବ । ରିଲାଏନ୍ସ ରିଟେଲ ଲିମିଟେଡ଼୍ ଦ୍ୱାରା ଚାଲିଥିବା ଏହି ପ୍ରତିଯୋଗିତାରେ ୧୩ ସେପ୍ଟେମ୍ବରରୁ ଆରମ୍ଭ ହୋଇଯାଇଛି । ୨୪ ସେପ୍ଟେମ୍ବରେ ଶେଷ ହେବ ପ୍ରତିଯୋଗିତା । ଫ୍ଲିପକାର୍ଟରେ ଲଗାଯାଇଥିବା ବ୍ୟାନର ଦ୍ୱାରା ପ୍ରତି ବିଜୟୀଙ୍କୁ ଆପଲ ଆଇଫୋନ ୭ ଓ ଜିଓ ଫାଇ ଡିଭାଇସ ଜିତିବାର ସୁଯୋଗ ମିଳିବ ।

jioଏହି ପ୍ରତିଯୋଗିତାରେ ସାମିଲ ହେବା ପାଇଁ କିଛି ଷ୍ଟେପ ରହିଛି । ସର୍ବପ୍ରଥମେ ଫ୍ଲିପକାର୍ଟ ଆପ୍ ଡାଉନଲୋଡ଼୍ କରନ୍ତୁ । ତା’ପରେ ଜିଓ ଖେଲେ ଧନ ଧନା ଧନ ପ୍ରତିଯୋଗିତାର ବ୍ୟାନର ଉପରେ କ୍ଲିକ୍ କରିବା ପାଇଁ ପଡ଼ିବ । ଏହାପରେ ତଳକୁ ଆସି କ୍ଲିକ୍ ହିୟର ଟୁ ସବସ୍କ୍ରାଇବର ଟୁ ଜିଓ ଉପରେ କ୍ଲିକ କରିବା ପାଇଁ ପଡ଼ିବ । ଏଠାରେ ଆପଣଙ୍କୁ କିଛି ବ୍ୟକ୍ତିଗତ ତଥ୍ୟ ପ୍ରଦାନ କରିବା ପାଇଁ ପଡ଼ିବ । ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆପଣଙ୍କୁ ନାମ, ମୋବାଇଲ ନମ୍ବର, ପ୍ୟାନ ନମ୍ବର ଆଦି ଦେବାକୁ ପଡ଼ିବ । ଏହାପ ରେ ଆଉ ଭୋଟ୍ ଟୁ ସବସ୍କ୍ରାଇବ ଫର ଜିଓ କନେକ୍ସନ ଉପରେ କ୍ଲିକ୍ କରିବା ପାଇଁ ପଡ଼ିବ ।

ଏହାପରେ ଆପଙ୍କୁ ପ୍ରତଯୋଗିତାର ନିୟମ ଓ ସର୍ତ୍ତ ଉପରେ ନିଜର ସହମତି ପ୍ରକାଶ କରିବା ପାଇଁ ପଡ଼ିବ । ତାପରେ ଆପଣଙ୍କୁ ଯେଉଁ ପ୍ରଶ୍ନ ପଚାରାଯିବ ତାହାର ଜବାବ ଦେବାକୁ ପଡ଼ିବ ଓ କିଛି ସମୟ ଅପେକ୍ଷା କରିବା ପାଇଁ ପଡ଼ିବ । ଯଦି ଆପଣ ଏଥିିରେ ଜିତନ୍ତି ତେବେ ଜିଓ ଟିମ ଆପଣଙ୍କୁ ସମ୍ପର୍କ କରିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ପ୍ରତଯୋଗୀତାରେ ଖେଳିବା ପୂର୍ବରୁ ଆପଣ ନିୟମ ଓ ସର୍ତ୍ତକୁ ଧ୍ୟାନ ସହକାରେ ପଢ଼ନ୍ତୁ । କାରଣ ଆପଣଙ୍କ ବ୍ୟକ୍ତଗତ ସୂଚନା ସମ୍ପୂର୍ଣ୍ଣ ରୂପେ ଜିଓର ନିୟନ୍ତଣରେ ରହିବ ନାହିଁ ।