ଧମାକା ପରେ ଧମାକା କରୁଛି ଜିଓ ! ୫୦୯ ଟଙ୍କିଆ ଯୋଜନାରେ ଦିନକୁ ୪ ଜିବି ଡାଟା ବ୍ୟବହାର କରିପାରିବେ ଗ୍ରାହକ

29

ରିଲାଏନ୍ସ ଜିଓ ପକ୍ଷରୁ ତିନି ଦିନ ତଳେ ଘୋଷଣା କରାଯାଇଥିବା ଗଣତନ୍ତ୍ର ଦିବସ ଅଫରକୁ ଆହୁରି ଆକର୍ଷଣୀୟ କରାଯାଇଛି । କମ୍ପାନି ପକ୍ଷରୁ କରାଯାଇଥିବା ଘୋଷଣା ଅନୁସାରେ ୫୦୯ ଟଙ୍କାର ପ୍ଲାନ ପକାଇଲେ ଦିନକୁ ୪ ଜିବି ଡାଟା ମିଳିପାରିବ । ଏହାର ଭାଲିଡିଟି ୨୮ ଦିନ ରହିଛି । ଅର୍ଥାତ୍ ୫୦୯ ଟଙ୍କାର ପ୍ଲାନ ପକାଇ ଗ୍ରାହକ ୨୮ଦିନରେ ୧୧୨ ଜିବି ଡାଟା ପାଇପାରିବେ । ସେହିପରି ୭୯୯ ଟଙ୍କାର ପ୍ୟାକ୍ ପକାଇଲେ ୨୮ ଦିନ ପାଇଁ ମୋଟ ୧୪୦ ଜିବି ଡାଟା ପାଇପାରିବେ । ଅର୍ଥାତ୍ ଦିନକୁ ୫ ଜିବି ଡାଟା ମିଳିପାରିବ । ଅନ୍ୟପକ୍ଷରେ ୨୯୯ ଟଙ୍କାର ପ୍ଲାନ ପକାଇଲେ ଦିନକୁ ୩ ଜିବି ଡାଟା ହିସାବରେ ୨୮ ଦିନ ପର୍ଯ୍ୟନ୍ତ ମୋଟ ୮୪ ଜିବି ଡାଟା ମିଳିପାରିବ ।

କମ୍ପାନି ପକ୍ଷରୁ ଦୈନିକ ୨ ଜିବି ଡାଟା ପ୍ଲାନ ଗୁଡିକୁ ମଧ୍ୟ ଶସ୍ତା କରାଯାଇଛି । ୧୯୮ ଟଙ୍କା ପ୍ଲାନ ପକାଇଲେ ୨୮ ଦିନ ପାଇଁ ଦିନକୁ ୨ ଜିବି ଡାଟା ହିସାବରେ ମୋଟ ୫୬ ଜିବି ଡାଟା ମିଳିପାରିବ । ସେହିପରି ୩୯୮ ଟଙ୍କାର ପ୍ଲାନ ପକାଇଲେ ଦିନକୁ ୨ ଜିବି ଡାଟା ହିସାବରେ ୭୦ ଦିନ ପାଇଁ ମୋଟ ୫୬ ଜିବି ଡାଟା ମିଳିପାରିବ । ୪୪୮ ଟଙ୍କାର ପ୍ଲାନ ପକାଇଲେ ଦିନକୁ ୨ ଜିବି ଡାଟା ହିସାବରେ ୮୪ ଦିନର ଭାଲିଡିଟି ମିଳିପାରିବ । ଜିଓ ପକ୍ଷରୁ ଗତ ୨୩ ତାରିଖରେ ଘୋଷଣା କରାଯାଇଥିବା ଅଫର ଅନୁସାରେ ଦୈନିକ ୧.୫ ଜିବି ପ୍ଲାନଗୁଡିକୁ ୫୦ ଟଙ୍କା ଲେଖାଏଁ ଶସ୍ତା କରାଯାଇଥିଲା ।