ଜିଓର ଧମାକା କ୍ୟାସବ୍ୟାକ ଅଫର ! ୩୯୯ଟଙ୍କା ରିଚାର୍ଜରେ ମିଳିବ ଲାଭ । ଜାଣନ୍ତୁ ଏଥିରେ କଣ ରହିଛି ଫାଇଦା

47

ରିଲାଏନ୍ସ ଜିଓ ତାର ପ୍ରିୟ ଗ୍ରାହକଙ୍କ ପାଇଁ ବମ୍ଫର କ୍ୟାସବ୍ୟାକ ଅଫର ଆଣିଛି । ଏହି କ୍ୟାସବ୍ୟାକ ଅଫର ମାଧ୍ୟମରେ ଗ୍ରାହକମାନେ ୨୫୯୯ଟଙ୍କା ପର୍ଯ୍ୟନ୍ତ ଅଫର ପାଇପାରିବେ । ୩୯୯ଟଙ୍କାରୁ ଅଧିକ ରିଚାର୍ଜ କରୁଥିବା ଗ୍ରାହକମାନଙ୍କୁ କ୍ୟାସବ୍ୟାକ ଅଫର ମିଳିବ । ଆଜି ଠାରୁ ଏହି ଅଫର ଗ୍ରାହକମାନଙ୍କ ପାଇଁ ଲାଗୁ ହୋଇଛି ।

ରିଲାଏନ୍ସ ପ୍ରାଇମ ମେମ୍ବର ଗ୍ରାହକ ରିଚାର୍ଜ କରି ଅର୍ଥ ଫେରିପାଇବେ । ୱାଲେଟ, ମୋବିକ୍ୱିକ,ଆମାଜନ, ଫୋନପେ, ପେ-ଟିଏମ ମାଧ୍ୟମରେ ରିଚାର୍ଜ କରି ଏହି ଅଫରର ଫାଇଦା ଉଠାଇପାରିବେ । ଏହି ଅଫର ଟ୍ରାଭେଲ ପୋର୍ଟାଲ ଓ ରିଟେଲ ଷ୍ଟୋରରେ ମଧ୍ୟ ଉପଲବ୍ଧ ହେବ । ନଭେମ୍ବର ୨୦ରୁ ଇ-କମର୍ସ ଭାଉଚର ମିଳିବ ବୋଲି ରିଲାଏନ୍ସର ଅଧିକାରୀ କହିଛନ୍ତି ।

ନିକଟରେ ଏୟାରଟେଲ ତା ରିଚାର୍ଜରେ ଅନେକ ପରିବର୍ତନ ଆଣିଛି । ମାସକୁ ୪୯୯ଟଙ୍କା ରିଜାର୍ଜ କରି ଗ୍ରାହକମାନେ ଏଂଟରଟେନମେଂଟ, ମୋବାଇଲ ଇନସ୍ୟୁରାନ୍ସ ସହ ଅନଲିମିଟେଡ କଲ ଓ ଡାଟା ବ୍ୟବହାର କରିପାରିବେ । ସେହିପରି ଭୋଡାଫୋନ ପୋଷ୍ଟପେଡ ଗ୍ରାହକଙ୍କ ପାଇଁ ନୂଆ ଅଫର ଘୋଷଣା କରିଥିଲା । ମାସିକ ୪୯୯ଟଙ୍କା ରିଚାର୍ଜ କରି ଗ୍ରାହକମାନେ ଅନଲିମିଟେଡ ରୋମିଂ କଲ କରିପାରିବେ । ତା ସହ ମାଗଣା ଇନସ୍ୟୁରାନ ସୁବିଧା ମଧ୍ୟ ନେଇ ପାରିବେ । ତା ସହ ଅନ୍ୟାନ୍ୟ ମାଗଣା ସୁବିଧା ପାଇପାରିବେ ଗ୍ରାହକ ।