ଗ୍ରାହକଙ୍କୁ ଅମ୍ବାନୀଙ୍କ ଉପହାର ! ଗ୍ରାହକଙ୍କୁ ମିଳିବ ଜିଓଫାଇ ଓ ୧୦୦ ଜିବିର ଅତିରିକ୍ତ ମାଗଣା ଡାଟା

51

ଗୁଗଲ ଭାରତରେ ନିଜର ହୋମ ଆକ୍ଟିଭେଟେଡ଼୍ ସ୍ପିକର ‘ହୋମ’ ଓ ‘ହୋମ ମିନି’ ବିକ୍ରି ଆରମ୍ଭ କରିଦେଇଛି । ଏଥିରେ ଗ୍ରାହକ ଗୀତ, ଭିଡ଼ିଓ ପ୍ଲେ କରିବା ସହ ନିଜର ଦୈନନ୍ଦିନ ଜୀବନ ପାଇଁ ସିଡ଼୍ୟୁଲ କରିପାରିବେ । ଏହା ବ୍ୟତୀତ ଅନେକ ସ୍ୱତନ୍ତ୍ର ଫିଚର ଏଥିରେ ରହିଛି । ତେବେ ରିଲାଏନ୍ସ ଜିଓ ଏଥିସହ ଏକ ନୂଆ ଫିଚର ଆଣିଛି । ଯାହା ଜିଓ ଗ୍ରାହକଙ୍କ ପାଇଁ ସାହାଯ୍ୟକାରୀ ସାବ୍ୟସ୍ତ ହେବ । ଗୁଗଲ ହୋମର ମୂଲ୍ୟ ରହିଛି ୯,୯୯୯ ଟଙ୍କା ଓ ହୋମ ମିନିର ମୂଲ୍ୟ ୪୪୯୯ ଟଙ୍କା । ଏହା ପ୍ଲିପକାର୍ଟ ସହ ୭୫୦ ରୁ ଅଧିକ ରିଟେଲ ଷ୍ଟୋରେ ଉପଲବ୍ଧ ।

ଜିଓ ଗ୍ରାହକ ଯଦି ଗୁଗଲ ହୋମ କିଣିନ୍ତି, ତେବେ ତାଙ୍କୁ ସ୍ୱତନ୍ତ୍ର ଅଫର ଦିଆଯାଉଛି । ଜିଓ ଗ୍ରାହକଙ୍କୁ ୧୦୦ ଜିବି ଡାଟା ଅତିରିକ୍ତ ମିଳିବ । ଏହା ୧୦ଟି ଭାଉଚରରେ ୧୦ ଜିବି କରି ମିଳିବ । ଏହା ଭାଉଚରର ବୈଧତା ୧ ବର୍ଷର ରହିବ । ଏହା ବ୍ୟତୀତ ଜିଓ ଗ୍ରାହକଙ୍କୁ ଜିଓଫାଇ ମାଗଣାରେ ମିଳିବ । ଜିଓ ପ୍ରିପେଡ଼ ଗ୍ରାହକ ମଧ୍ୟ ଏହି ଅଫରର ଲାଭ ଉଠାଇପାରିବେ । ଏହି ଅଫର ଗୁଗଲ ହୋମ କିମ୍ବା କ୍ରୋମକାଷ୍ଟ ଡିଭାଇସ୍ କିଣିବା ପରେ ମିଳିବ । ଅଫରର ଲାଭ ଉଠାଇବା ପାଇଁ ଗ୍ରାହକ ରିଲାଏନ୍ସ ଡ଼ିଜିଟାଲ, ରିଲାଏନ୍ସ ଡିଏକ୍ସ ମିନି, ଜିଓ ଷ୍ଟୋରରୁ ଡିଭାଇସ୍ କିଣିପାରିବେ ।

ଅଫର ଅନୁସାରେ ଗ୍ରାହକଙ୍କୁ ୯୯୯ ଟଙ୍କାର ଏକ ମାଗଣା ଜିଓଫାଇ ଡିଭାଇସ୍ ଓ ୧୫୦୦ ଟଙ୍କାର ୧୦୦ ଜିବି ଅତିରିକ୍ତ ଡାଟା ମିଳିବ । ଏଥିପାଇଁ ଗ୍ରାହକଙ୍କୁ ନିମ୍ନତମ ୧୪୯ ଟଙ୍କା ରିଚାର୍ଜ କରିବା ପାଇଁ ପଡ଼ିବ । ଆଉ ୯୯ ଟଙ୍କାର ଜିଓର ପ୍ରାଇମ ମେମ୍ବରସିପ ନେବାକୁ ପଡ଼ିବ । ମାଇ ଜିଓ ଆପରେ ୧୦ ଜିବିର ୧୦ ଭାଉଚର ଅର୍ଥ ୧୦୦ ଜିବି ଗ୍ରାହକଙ୍କୁ ମିଳିବ । ମାଇ ଜିଓ ଆପ ମାଧ୍ୟମରେ ୧ ବର୍ଷ ଭିତରେ ରିଡ଼ିମ କରାଯାଇ ପାରିବ । ଏହାସହ ଜିସ ସିମ ଆକ୍ଟିଭେସନର ତାରିଖ ୧ ଅପ୍ରେଲ ୨୦୧୮ ପୂର୍ବରୁ ହୋଇନଥବା ଦରକାର । ଅଫର ୧୦ ଏପ୍ରିଲ ୨୦୧୮ରୁ ଆରମ୍ଭ ହେବ ।