ଜିଓ ଲଂଚ କଲା ଜିଓ ରେଳ ଆପ୍ : ୟୁଜର୍ସ ଜିଓ ଫୋନରୁ ବୁକ୍ କରିପାରିବେ ଟ୍ରେନ୍ ଟିକେଟ୍

77

ରିଲାଏନ୍ସ ଜିଓ ଫୋନ୍ ଓ ଜିଓ ଫୋନ୍ ୨ର ୟୁଜର୍ସଙ୍କ ପାଇଁ ଜିଓ ରେଳ ଆପ୍ ଲଂଚ କରିଛି । ଏହି ଆପରେ ଜିଓ ଫୋନର ୟୁଜର୍ସ ଆଇଆରସିଟିସି ସର୍ଭିସର ଫାଇଦା ଉଠାଇପାରିବେ । ଜିଓ ରେଳ ଆପରେ ୟୁଜର୍ସ ଡେବିଟ୍, କ୍ରେଡିଟ୍ ଓ ଇ-ୱାଲେଟ୍ ଜରିଆରେ ଟିକେଟ୍ ବୁକିଂ କରିପାରିବେ । ଏହା ସହିତ ଏଥିରେ ଟିକେଟ୍ କ୍ୟାନସଲ କରିବା ଅପ୍ସନ ବି ଦିଆଯାଇଛି ।

ଜିଓ ରେଳ ଆପରେ ୟୁଜର୍ସଙ୍କ ପାଇଁ ପିଏନଆର ଷ୍ଟାଟସ୍, ଟ୍ରେନର ସମୟ, ରୁଟ୍, ସିଟ୍ ସଂଖ୍ୟା ଭଳି ସୂଚନା ହାସଲ କରିବାର ସେବା ଦିଆଯାଇଛି । ଏହା ବ୍ୟତୀତ ଭବିଷ୍ୟରେ ଆପଣଙ୍କୁ ଏହି ଆପରେ ପିଏନଆର ଷ୍ଟାଟସ୍ ଚେଂଜ ଆଲର୍ଟ, ଲୋକାଲ ଟ୍ରେନ୍ ଓ ଖାଦ୍ୟ ଅର୍ଡର କରିବାର ବି ସୁବିଧା ମିଳିବ ।

ଜିଓ ଫୋନ୍ ୟୁଜର୍ସ ଏହି ଆପକୁ ଜିଓ ଆପ ଷ୍ଟୋରରୁ ଡାଉନଲୋଡ କରିପାରିବେ । ଏଥିରେ ଆପଣଙ୍କୁ ତତ୍କାଳ ଟିକେଟ୍ ବୁକ୍ କରିବାର ମଧ୍ୟ ସୁବିଧା ମିିଳିବ । ଯଦି କୌଣସି ୟୁଜର୍ସଙ୍କ ପାଖରେ ଆଇଆରସିଟିସି ଆକାଉଣ୍ଟ ନାହିଁ, ତେବେ ଏହି ଆପ ଜରି ଆରେ ଆପଣ ଆକାଉଣ୍ଟ ବି ସୃଷ୍ଟି କରିପାରିବେ । ଏହି ଆପକୁ ବ୍ୟବହାର କରିବା ପରେ ୟୁଜର୍ସଙ୍କୁ ଟିକେଟ୍ କରିବା ପାଇଁ ଲମ୍ବା ଧାଡିରେ ଛିଡା ହେବାକୁ ପଡିବନି । ନା ଏଜେଣ୍ଟଙ୍କୁ ଟିକେଟ୍ ବୁକିଂ କରିବା ପାଇଁ ଟଙ୍କା ଦେବାକୁ ପଡିବ ।