ଜିଓ ଲଂଚ କଲା ‘ହାପି ନ୍ୟୁ ଇୟର ଅଫର୍’ : ଜାଣନ୍ତୁ କିପରି ଉଠାଇବେ ଫାଇଦା

713

ରିଲାଏନ୍ସ ଜିଓ ପକ୍ଷରୁ ହାପି ନ୍ୟୁ ଇୟର ଅଫର ଘୋଷଣା କରାଯାଇଛି ଯେଉଁଥିରେ ୩୯୯ଟଙ୍କା ରିଚାର୍ଜରେ ଶତ ପ୍ରତିଶତ କ୍ୟାସବ୍ୟାକ ପ୍ରଦାନ କରାଯାଉଛି । ଅନଲାଇନ ପୋର୍ଟାଲ ଆଜିଓ ର ସମାନ ମୂଲ୍ୟର ଡ଼ିସକାଉଣ୍ଟ କୁପନ ଜରିଆରେ ଏହି କ୍ୟାସବ୍ୟାକ ପ୍ରଦାନ କରାଯାଉଛି । ଜିଓ ପକ୍ଷରୁ ଅନଲାଇନ ଫେସନ ପୋର୍ଟାଲ ଆଜିଓ ସହ ମିଳିତ ଭାବରେ ଆସିଥିବା ଏହି ଅଫରରେ ଜିଓ ଉପଭୋକ୍ତା ୩୯୯ ଟଙ୍କା ରିଚାର୍ଜ ସହିତ ସମାନ ମୂଲ୍ୟର ଆଜିଓ ଡ଼ିସକାଉଣ୍ଟ କୁପନ ମାଇଁ ଜିଓ ଆପର ମାଇଁ କୁପନରେ ସଂଗେ ସଂଗେ ଉପଲବ୍ଧ ହେବ । ଏହି ଡ଼ିସକାଉଣ୍ଟ କୁପନ ଉଭୟ ଆଜିଓ ଆପ କିମ୍ବା ୱେବସାଇଟରେ ୧୦୦୦ ଟଙ୍କା କିମ୍ବା ତଦୁର୍ଦ୍ଧ ମୂଲ୍ୟର ଯେକୌଣସି କ୍ରୟ ସହିତ ଉପଯୋଗ କରାଯାଇପାରିବ ।

ଆଜିଓ ରେ ରହିଥିବା ଅନ୍ୟ ଡ଼ିସକାଉଣ୍ଟଗୁଡିକ ସହିତ ମଧ୍ୟ ଏହି ସ୍ୱତନ୍ତ୍ର ଡ଼ିସକାଉଣ୍ଟ କୁପନ ଏକସାଙ୍ଗରେ ବ୍ୟବହାର କରାଯାଇପାରିବ । ଜିଓର ଏହି ହାପି ନ୍ୟୁ ଇୟର ଅଫର ଉଭୟ ବର୍ତମାନର ଏବଂ ନୂତନ ଜିଓ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ ରହିଥିବାବେଳେ ଡିସେମ୍ବର୨୮, ୨୦୧୮ରୁ ଜାନୁଆରୀ ୩୧, ୨୦୧୯ ମଧ୍ୟରେ ୩୯୯ଟଙ୍କାର ରିଚାର୍ଜ କରି ଜିଓ ଉପଭୋକ୍ତା ଏହି ଅଫରର ଲାଭ ନେଇପାରିବେ । ସେହିଭଳି ଏହି ଅବଧିରେ ହାସଲ କରାଯାଇଥିବା ସମସ୍ତ ଆଜିଓ ଡ଼ିସକାଉଣ୍ଟ କୁପନ ମାର୍ଚ୍ଚ ୧୫, ୨୦୧୯ ପର୍ଯ୍ୟନ୍ତ କରାଯାଇପାରିବ ।