କୁମ୍ଭ ମେଳାର ଶ୍ରଦ୍ଧାଳୁଙ୍କ ପାଇଁ ଜିଓ ଲଂଚ କରିଛି ନୂଆ ‘କୁମ୍ଭ ଜିଓ ଫୋନ୍’ : କୁମ୍ଭର ଲାଇଭ୍ ପ୍ରସାରଣ ଠାରୁ ଟ୍ରେନ୍ ଓ ବସର ସୂଚନା ପର୍ଯ୍ୟନ୍ତ ମିଳିବ ଏହି ସମସ୍ତ ସୁବିଧା  

90

ପ୍ରୟାଗରାଜରେ କୁମ୍ଭ ମେଳାକୁ ଆସିବାକୁ ଥିବା ଓ ଏଥିରେ ସାମିଲ ହେବାର ଇଚ୍ଛା ରଖୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଜିଓ ଏକ ନୂଆ ‘କୁମ୍ଭ ଜିଓ ଫୋନ୍’ ଲଂଚ କରିଛି ।  ଏହି ଫୋନରେ ଶ୍ରଦ୍ଧାଳୁଙ୍କୁ କୁମ୍ଭ ସହିତ ଜଡିତ ସମସ୍ତ ତଥ୍ୟ ମିଳିବ, ଯେଉଁଥିରେ ଟ୍ରେନ୍ ଓ ବସ୍ ଷ୍ଟେସନର ସୂଚନା ସହିତ ସେମାନେ କୁମ୍ଭର ଲାଇଭ୍ ପ୍ରସାରଣ ମଧ୍ୟ ଦେଖିପାରିବେ । ଏହା ବ୍ୟତୀତ ଆହୁରି ସୁବିଧାର ଲାଭ ନେଇପାରିବେ ।

‘କୁମ୍ଭ ଜିଓ ଫୋନ୍’ : ଏଥିରେ ଆପଣଙ୍କୁ କୁମ୍ଭମେଳା ବିଷୟରେ ସମସ୍ତ ସୂଚନା ମିିଳିବ । ଏଥିରେ ଆପଣଙ୍କୁ ରିଅଲ ଟାଇମ୍ ଟ୍ରାଭେଲ ଇନଫରମେସନ୍ ସହିତ ଟିକେଟ୍ ବୁକିଙ୍ଗ ଓ ରିସିଭିଙ୍ଗର ବି ଅପଡେଟ୍ ମିଳିବ । ଆପଣଙ୍କୁ ଏହା ଜଣାପଡିଯିବ କି ଯାତ୍ରୀ ଆଶ୍ରୟ କେଉଁ ଷ୍ଟେସନରେ ଅଛି । ଏହା ବ୍ୟତୀତ ରାସ୍ତାର ସୂଚନା ଓ ମ୍ୟାପ୍, କେଉଁ ଦିନ କେଉଁ ସ୍ନାନ ଅଛି ଏହାର କାର୍ଯ୍ୟକ୍ରମ ତାଲିକା, ରେଲୱେ କ୍ୟାମ୍ପ ମେଳା ଓ ଜରୁରୀକାଳିନ ହେଲ୍ପଲାଇନ୍ ନମ୍ବର ବି ମିଳିବ ।

ଫ୍ୟାମିଲି ଲୋକେଟର ଓ ଖୋୟା ପାୟା ଫିଚର : କୁମ୍ଭରେ ଆପଣଙ୍କ କୌଣସି ସଂପର୍କୀୟ ବ୍ୟକ୍ତି ହଜିଯିବା ଦ୍ୱାରା ତାଙ୍କୁ ଖୋଜିବା ପାଇଁ  ‘କୁମ୍ଭ ଜିଓ ଫୋନ୍’ ଆପଣଙ୍କ ସାହାଯ୍ୟ କରିବ । ଏଥିରେ ଫ୍ୟାମିଲି ଲୋକେଟର ଓ ଖୋଜିବା ପାଇବା ଏକ ବିଶେଷ ଫିଚର ଦିଆଯାଇଛି, ଯେଉଁଥିରେ ଆପଣଙ୍କୁ ନିଖୋଜ ସଂପର୍କୀୟଙ୍କ ତୁରନ୍ତ ଖୋଜିପାରିବେ । ଆପଣଙ୍କୁ ଗୋଟିଏ କ୍ଲିକରେ ଜରୁରୀ ଆଲର୍ଟ ଓ ଘୋଷଣା କରାଯିବ । ଏହା ବ୍ୟତୀତ ଆପଣଙ୍କ ମନୋରଂଜନ ପାଇଁ ଏଥିରେ ଗେମ୍ସ ବି ଦିଆଯାଇଛି । ଏହା ସହିତ ଆପଣ ଡେଳି କୁଇଜରେ ବି ଭାଗ ନେଇପାରିବେ । ଯେଉଁଥିରେ  ଆପଣ ବହୁତ ପୁରସ୍କାର ଜିତିପାରିବେ । କୁମ୍ଭ ସହିତ ଜଡିତ ଏହି ଫଙ୍କସନ୍ ନୂଆ ଓ ପୁରୁଣା ଦୁଇ ପ୍ରକାରର ଜିଓ ଫୋନରେ କାମ କରିବ ।