ଏଣିକି କ୍ୟାସ ଅନ ଡେଲିଭରୀ ସୁବିଧାରେ ବି ମିଳିବ ଜିଓଫୋନ୍

47

ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଓ ତରଫରୁ ନିଜର ଶସ୍ତା ୪ଜି ଫୋନ ଜିଓଫୋନକୁ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଆଉ ଏକ ପଦକ୍ଷେପ ନିଆଯାଇଛି । ଏଣିକି କ୍ୟାସ ଅନ ଡେଲିଭରୀ ଅପସନରେ ମଧ୍ୟ ଏହି ଫୋନ ଉପଲବ୍ଧ ହେବ । ପୂର୍ବରୁ ବୁକିଂ କଲା ବେଳେ ୧୫୦୦ ଟଙ୍କା ଦେବାକୁ ପଡୁଥିଲା । ଏବେ ଆପଣଙ୍କ ହାତରେ ଜିଓଫୋନ ଆସିବା ପରେ ଆପଣ ୧୫୦୦ ଟଙ୍କା ପେମେଣ୍ଟ କରିପାରିବେ ।

ତେବେ ପୂର୍ବଭଳି ତିନି ବର୍ଷ ପରେ ଏହି ଅର୍ଥ ରିଫଣ୍ଡ ମିଳିବ । ଏହା ସହିତ ଡେଲିଭରୀ ବେଳେ ଗ୍ରାହକଙ୍କୁ ୪୯ ଟଙ୍କିଆ ବା ୧୫୩ ଟଙ୍କିଆ ପ୍ଲାନ ବାଛିବାକୁ ପଡିବ । ୪୯ ଟଙ୍କିଆ ପ୍ଲାନ ପକାଇଲେ ୨୮ ଦିନ ପାଇଁ ଦିନକୁ ୧ ଜିବି ୪ଜି ଡାଟା ମିଳିପାରିବ । ଦୈନିକ ୧ ଜିବି ପ୍ଲାନ ସମାପ୍ତ ହେଲେ ଡାଉନଲୋଡ ସ୍ପିଡ୍ ୬୪ କେବିକୁ ଖସିଆସିବ । ସେହିପରି ୧୫୩ ଟଙ୍କାର ପ୍ଲାନ ପକାଇଲେ ୨୮ ଦିନ ପାଇଁ ଦୈନିକ ୧.୫ ଜିବି ୪ଜି ଡାଟା ସମେତ ଅନଲିମିଟେଡ୍ ଅନଲିମିଟେଡ୍ ଭଏସ କଲିଂ ଓ ମାଗଣା ଏସଏମଏସ ସୁବିଧା ମିଳିବ ।

ଜିଓଫୋନ ପାଇଁ ଏହି ଆକର୍ଷଣୀୟ ଅଫର ଉଦ୍ଦିଷ୍ଟ ଥିବାରୁ ଏହା ଦ୍ୱାରା ରିଲାଏନ୍ସ ଗ୍ରାମାଞ୍ଚଳ ଓ ଛୋଟ ଟାଉନରେ ନିଜର ସଂପ୍ରସାରଣକୁ ଆହୁରି ଦ୍ରୁତ କରିପାରିବ । ବିଶେଷକରି ବରିଷ୍ଠ ନାଗରିକ, ଗ୍ରାମାଞ୍ଚଳ ମହିଳାମାନଙ୍କ ପାଇଁ ଏହା ବେଶ ଉପଯୋଗୀ ହୋଇପାରିବ ।