ରିଲାଏନ୍ସ ଜିଓର ଗ୍ରାହକଙ୍କ ପାଇଁ ଆଉ ଏକ ଖୁସି ଖବର ! ଆସିଲା ଏକ୍ସଟ୍ରା ଡାଟା ଅଫର

58

ରିଲାଏନ୍ସ ଜିଓ ପୁଣି ଥରେ ନୂଆ ଅଫର ଆଣିଛି । ଜିଓର ଏହି ଅଫର ପୁଣି ଥରେ ଅନ୍ୟ କମ୍ପାନୀ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇପାରେ । ରିଲାଏନ୍ସ ଜିଓ ନିଜର ଗ୍ରାହକଙ୍କୁ ୨୦ ପ୍ରତିଶତ ଅଧିକ ଡାଟା ଦେବା ପାଇଁ ଘୋଷଣା କରିଛି । କିନ୍ତୁ ସୂଚନା ଅନୁସାରେ ଏହି ଡାଟା ସେହି ଗ୍ରାହକ ମାନଙ୍କୁ ମିଳିବ ଯାହାଙ୍କ ପାଖର ଥିବ ଲାଇଫ୍ ସ୍ମାର୍ଟଫୋନ ।

ଜିଓର ୨୦ ପ୍ରତିଶତ ଏକ୍ସଟ୍ରା ଡାଟା ଯୋଜନା ରେ କ’ଣ ରହିଛି . . . . . .
ସର୍ବପ୍ରଥମେ ଆପଣଙ୍କୁ କହି ରଖୁଛୁ ଏହି ଅଫର ଲାଇଫର ସେହି ସ୍ମାର୍ଟଫୋନ ଗ୍ରାହକଙ୍କୁ ମଳିବ, ଯେଉଁ ଫୋନର ମୂଲ୍ୟ ୬,୬୦୦ ରୁ ୯,୭୦୦ ମଧ୍ୟରେ ରହିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ଆପଣ ଯଦି ପ୍ରତିଦିନ ୧ ଜିବି ଡାଟା ଯୋଜନା ନେଇଛନ୍ତି ତେବେ ଆପଣଙ୍କୁ ୧ ଜିବି ବଦଳରେ ୧.୨ ଜିବି ଡାଟା ମଳିବ । ଏହାସହ ଏହି ଯୋଜନା ପାଇଁ ଲାଇଫ ଫୋନ, ୱାଟର ମଡେଲର ହେବା ଦରକାର ।