ସାମସଙ୍ଗର ଏହି ଦୁଇଟି ସ୍ମାର୍ଟଫୋନ୍ ଉପରେ ଜିଓ ଦେଉଛି ୨୭୫୦ ଟଙ୍କା ! କ୍ୟାସବ୍ୟାକ୍ ସହ ରହିଛି ଏକ୍ସଟ୍ରା ଡାଟାର ସୁବିଧା ।

41

ରିଲାଏନ୍ସ ଜିଓ ଏବେ ସାମସଙ୍ଗ୍ କମ୍ପାନୀ ସହ ପାଟନରସିପ୍ କରିଥିବା କଥାକୁ ଘୋଷଣା କରିଛି । ବର୍ତ୍ତମାନ ଏହି ଦୁଇ କମ୍ପାନୀର ମିଳିତ ପ୍ରଚେଷ୍ଟାରେ ଦୁଇ କମ୍ପାନୀର ଭବିଷ୍ୟତ ଆହୁରି ଉଜ୍ଜଳ ହେବାର ଖବର ମିଳୁଛି । ଏହି ପାଟନରସିପରେ ଜିଓ ସାମସଙ୍ଗ୍ ଉପରେ ବଣ୍ଡଲ ଅଫରର ସୁବିଧା ଦେଉଛି । ଏହି ଅଫରରେ ଗ୍ରାହକଙ୍କୁ ସାମସଙ୍ଗ୍ ଜେ-୨ ଏବଂ ଜେ-୭ ଡୁଓ କିଣିଲେ ୨୭୫୦ ଟଙ୍କାର କ୍ୟାସବ୍ୟାକ୍ ମିଳିବ । ଏହାସହ ଗ୍ରାହକଙ୍କୁ ଅତିରିକ୍ତ ଡାଟାର ସୁବିଧା ମଧ୍ୟ ଦିଆଯିବ । ଜିଓ କ୍ୟାସବ୍ୟାକ୍ ଏବଂ ଆଡିଶନାଲ୍ ଡାଟା ଅଫର-୨୦୧୮ ମୁତାବକ ଜିଓ ଗ୍ରାହକଙ୍କୁ ସାମସଙ୍ଗ୍ ଜେ-୨ ଏବଂ ଜେ-୭ ଡୁଓ କିଣିବାପରେ କ୍ୟାସବ୍ୟାକ୍ ଏବଂ ଆଡିଶନାଲ୍ ଡାଟାର ଅଫର୍ ଦିଆଯିବ । ଏହି ଅଫର ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ କିଣାଯାଇଥିବା ଏହି ସ୍ମାର୍ଟଫୋନ୍ ଉପରେ ରହିବ । ଜିଓ କ୍ୟାସବ୍ୟାକ୍ ଏବଂ ଆଡିଶନାଲ୍ ଡାଟା ଅଫର-୨୦୧୮ ଅନୁସାରେ ଗ୍ରାହକଙ୍କୁ ୫୦ ଟଙ୍କାର ୫୫ ଟି କ୍ୟାସବ୍ୟାକ୍ ଭାଉଚର୍ ମିଳିବ ଅର୍ଥାତ୍ ୨୭୫୦ ଟଙ୍କାର କ୍ୟାସବ୍ୟାକ୍ ମିଳିବ । ଏହି କୁପନର ବ୍ୟବହାର ପରବର୍ତ୍ତୀ ରିଚାର୍ଜରେ କରିପାରିବେ । କିନ୍ତୁ ଅସୁବିଧାର କାରଣ ହେଉଛି କି,ଗୋଟିଏ ଥର ଆପଣ କେବଳ ଗୋଟିଏ ଭାଉଚର୍ ହିଁ ବ୍ୟବହାର କରିପାରବେ ।

ଏହି ଅଫର୍ ଅନୁସାରେ ପୂର୍ବରୁ ୧୯୮ କିମ୍ବା ୨୯୯ ଟଙ୍କାର ପ୍ରିପେଡ୍ ପ୍ଲାନ୍ ନେବାକୁ ପଡିବ । ସାମସଙ୍ଗ୍ ଜେ-୭ ଡୁଓ କିଣିବା ପରେ କମ୍ପାନୀ ନିର୍ଦ୍ଧାରିତ ଡାଟାରୁ ଡବଲ୍ ଡାଟା ଦେଉଥିବା ବେଳେ ସାମସଙ୍ଗ୍ ଜେ-୨ ସ୍ମାର୍ଟଫୋନରେ ୧୦୦ ଜିବି ଡାଟା ଫ୍ରି ଦେଉଛି ।