ଦୀପାବଳିରେ ଲୋକଙ୍କ ପାଇଁ ଜିଓର ବଡ଼ ଉପହାର । ମାତ୍ର ୫୦୦ ଟଙ୍କାରେ ଯୋଗାଇବ ହାଇସ୍ପିଡ ବ୍ରଡବ୍ୟାଣ୍ଡ ସେବା

36

କନକ ବ୍ୟୁରୋ : ସାରା ଭାରତରେ ସମସ୍ତ ଟେଲିକମ କମ୍ପାନୀମାନଙ୍କୁ ପଛରେ ପକାଇଛି ଜିଓ । ବରାମ୍ବାର ବିଭିନ୍ନ ପ୍ରକାରର ଅଫର ଦେଇ ଲୋକମାନଙ୍କ ମନକୁ କିଣି ପାରିଛି । ତେଣୁ ଲୋକମାନେ ମଧ୍ୟ ଅନ୍ୟ ସିମ ଅପେକ୍ଷା ଜିଓକୁ ଆପଣଆଇଛନ୍ତି । ଦେଶରେ ପରିସ୍ଥିତି ଏପରି ହେଲାଣି ଅନ୍ୟ ସିମକୁ ଲୋକମାନେ ଆପଣାଉ ନାହାନ୍ତି । ତେବେ ପୁଣିଥରେ ଜୁଲାଇ ୫ ତାରିଖ ଠାରୁ ରିଲାୟନ୍ସ ଜିଓ ନିଜର ବ୍ରଡ଼ବ୍ୟାଣ୍ଡ ସେବା ଜିଓ ଫାଇବର ଲୋକଙ୍କ ସାମ୍ନାକୁ ଆଣିଛି । ଅଗଷ୍ଟ ୧୫ ଠାରୁ ଏହାର ପଞ୍ଜିକରଣ ଆରମ୍ଭ ହେବାକୁ ଯାଉଛି । ମିଳିଥିବା ସୂଚନା ଅନୁସାରେ ଜିଓର ହାଇସ୍ପିଡ଼୍ ବ୍ରଡ଼ବ୍ୟାଣ୍ଡ ସେବା ଜିଓ ଗିଗା ଫାଇବର ନଭେମ୍ବର ୭ (ଦିପାବଳୀ) ପୂର୍ବରୁ ଦେଶର ମେଟ୍ରୋ ସହର ଗୁଡ଼ିକ ସହିତ ୮୦ଟି ବଡ଼ ସହରରେ ଆରମ୍ଭ ହେବ ।

ଯେଉଁ ସହରରେ ଅଧିକ ଗ୍ରାହକ ପଞ୍ଜିକୃତ କରାଇଥିବେ ସେହି ସହର ଗୁଡ଼ିକୁ ଏହି ସେବା ପାଇଁ ଚୟନ କରାଯିବ । ଜିଓ ଫାଇବରର ସବୁଠୁ ଶସ୍ତା ପ୍ଲାନ ମାତ୍ର ୫୦୦ ଟଙ୍କାରେ ଆରମ୍ଭ ହେବ । ଯାହା ବର୍ତ୍ତମାନ ଉପଲବ୍ଧ ହେଉଥିବା ମୂଲ୍ୟ ଠାରୁ ଅଧା ଦାମରେ ମିଳିବ । ଏବେ ୧୦୦ ଏମବିପିଏସ ସ୍ପିଡ଼ରେ ୧୦୦ ଜିବି ଡ଼ାଟା ଦେବା ପାଇଁ ୭୦୦ରୁ ୧୦୦୦ ଟଙ୍କାର ଦେୟ ଦେବାକୁ ପଡ଼ୁଛି । ଏହା ସହିତ ଟେଲିଭିଜନ ସେବା ପାଇଁ ଅତିରିକ୍ତ ୨୦୦-୩୦୦ ଟଙ୍କା ଦେୟ ଦେବାକୁ ପଡ଼ିବ । ଗୋଟିେ ପରେ ଗୋଟିଏ ଅଫର ଲୋକମାନଙ୍କୁ ଦେବା ଫଳରେ ଲୋକମାନେ ମଧ୍ୟ ଅନ୍ୟ କମ୍ପାନୀର ସିମ କିଣିବା ପାଇଂ ଇଚ୍ଛା ପ୍ରକାଶ କରୁନାହାନ୍ତି । ତେବେ ଜିଓକୁ ଟକ୍କର ଦେବା ପାଇଁ ଅନେକ କମ୍ପାନୀ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରିନଥିବା ଜଣାପଡିଛି । ତେବେ ଦେଖିବାକୁ ବାକି ରହିଲା ଏହି ନୂଚନ ପ୍ଲାନରେ ଲୋକମାନେ ନିଜକୁ କେତେ ମାତ୍ରାରେ ଆପଣାଉଛନ୍ତି ।