୧୫ଶହ ଟଙ୍କାରେ ଫୋର ଜି-ସ୍ମାର୍ଟଫୋନ ! ରିଲାଏନ୍ସ ଜିଓର ଦମଦାର ଅଫର

141

ରିଲାଏନ୍ସ ଜିଓର ଦମଦାର ଅଫର । ଏଣିକି ମାଗଣାରେ ମିଳିବ ଜିଓ ଫୋର୍ ଜି ସ୍ମାର୍ଟଫୋନ୍ । ତେବେ ସିକ୍ୟୁରିଟି ଡିପୋଜିଟ ବାବଦକୁ ଦିଆଯାଇଥିବା ୧୫ଶହ ଟଙ୍କା ୩ବର୍ଷ ପରେ ଫେରସ୍ତ ମିଳିବ । ଅଗଷ୍ଟ ୧୫ତାରିଖରୁ ଏହି ସେବାର ଶୁଭାରମ୍ଭହେବ । ଏହି ଜିଓ ଫୋନରେ ଭଏସ କଲ୍ ଓ ଏସଏମଏସ ସମ୍ପୂର୍ଣ୍ଣ ଭାବେ ମାଗଣା ରହିବ । ଏହାସହ ୧୫୩ଟଙ୍କାର ନେଟ୍ ପ୍ୟାକରେ ୧ମାସ ପର୍ଯ୍ୟନ୍ତ ଅନଲିମିଟେଡ ଡାଟା ପାଇପାରିବେ । ଏହାସହ ଜିଓ ଫୋନର ମାସକ ୩୦୯ଟଙ୍କା ରିଚାର୍ଜ କଲେ ଟିଭି କେବୁଲ ଦ୍ୱାରା ଯେକୌଣସି କାର୍ଯ୍ୟକ୍ରମ ଆପଣ ସିଧାସଳଖ ଟିଭିରେ ଦେଖିପାରିବେ ।

ଏଥିରେ ଅନେକ ୟୁଜର ଫ୍ରେଣ୍ଡଲି ଫିଚର ମଧ୍ୟ ରହିଛି । ଯେମିତି କିବୋର୍ଡରେ ୫ନମ୍ବରକୁ ପ୍ରେସ କରି ଆପଣ ପାନିକ ଆଲର୍ଟ ଆକ୍ଟିଭେଟ କରିପାରିବେ । ଏଥିରେ ୨୨ଟି ଭାଷା ଉପଲବ୍ଧ ରହିବ । କିବୋର୍ଡକୁ ବାଦ୍ ଦେଇ ଏହି ଫୋନରେ ଭଏସ କମାଣ୍ଡର ସୁବିଧା ମଧ୍ୟ ରହିଛି । କିବୋର୍ଡକୁ ବ୍ୟବହାର ନକରି ମଧ୍ୟ ଭଏସ କମାଣ୍ଡ ଜରିଆରେ ଫୋନ୍ ବ୍ୟବହାର କରିହେବ । ଏହାସହ ଅନ୍ୟ ସ୍ମାର୍ଟଫୋନ୍ ତୁଳନାରେ ଏହାର ସ୍ପିକର ମଧ୍ୟ ଅଧିକ ପାୱାରଫୁଲ୍ ଥିବା କୁହାଯାଉଛି ।

ରିଲାଏନ୍ସର ୪୦ତମ ବାର୍ଷିକ ବୈଠକରେ ମୁକେଶ ଅମ୍ବାନୀ, ଇଶା ଅମ୍ବାନୀ ଓ ଆକାଶ ଅମ୍ବାନୀ ଏନେଇ ଘୋଷଣା କରିଛନ୍ତି । ପ୍ରତିମାସ ୫୦ଲକ୍ଷ ଫୋନ୍ ଗ୍ରାହକଙ୍କୁ ଯୋଗାଇ ଦେବା ପାଇଁ ଟାର୍ଗେଟ ରଖିଛି ଜିଓ । ଏହି ଫୋନ୍ ଭାରତରେ ହିଁ ନିର୍ମାଣ କରାଯିବ । ଜିଓ ଫୋନ୍ ଟେଷ୍ଟିଂ ପାଇଁ ଅଗଷ୍ଟ ୧୫ତାରିଖରୁ ଉପଲବ୍ଧ ହେଉଥିବା ବେଳେ ଅଗଷ୍ଟ ୨୪ରୁ ଏହାର ପ୍ରି ବୁକିଂ କରାଯାଇପାରିବ । ଗୋଟିଏ ସ୍ମାର୍ଟ ଫୋନର ମୂଲ୍ୟ ପ୍ରାୟତଃ ୩ହଜାରରୁ ୪ହଜାର ୫ଶହ ଟଙ୍କା ହୋଇଥିବା ବେଳେ ଏହାକୁ ଆଖି ଆଗରେ ରଖି ଏହି ସ୍ମାର୍ଟଫୋନ ଆଣିଛି ଜିଓ  ।

ଭାରତରେ ୭୮କୋଟି ଲୋକ ମୋବାଇଲ ଫୋନ୍ ବ୍ୟବହାର କରୁଛନ୍ତି । ତେବେ ଏଥିମଧ୍ୟରୁ ୫୦ଲକ୍ଷ ଲୋକ ଫିଚର ଫୋନ୍ ବ୍ୟବହାର କରୁଛନ୍ତି । ଆଗାମୀ ଏକ ବର୍ଷ ମଧ୍ୟରେ ଯେପରି ୯୯ପ୍ରତିଶତ ଲୋକ ଫୋନ୍ ବ୍ୟବହାର କରୁଥିବା ତାହାକୁ ଆଖି ଆଗରେ ରଖିଛି ରିଲାଏନ୍ସ ଜିଓ । ଏହି ଏଜିଏମ କାର୍ଯ୍ୟକ୍ରମରେ ରିଲାଏନ୍ସର ବ୍ୟବସାୟ ସମ୍ପର୍କରେ କହିଛନ୍ତି ମୁକେଶ ଅମ୍ବାନୀ ।

୪୦ବର୍ଷରେ ରିଲାଏନ୍ସର ବ୍ୟବସାୟ ୧୦ ହଜାର ଗୁଣ ବଢିଥିବା ସେ କହିଛନ୍ତି । ପ୍ରତି ସେକେଣ୍ଡରେ ଜିଓ ସହ ୭ଜଣ ଗ୍ରାହକ ଯୋଡି ହୋଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମକୁ ଧନ୍ୟବାଦ ଜଣାଇଛନ୍ତି ମୋଦି ଓ ଏହାକୁ ଦୃଷ୍ଟିରେ ରଖି କିପରି ପ୍ରତ୍ୟେକ ଭାରତୀୟଙ୍କ ନିକଟରେ ମୋବାଇଲ ଫୋନ୍ ପହଂଚି ପାରିବ ସେ ନେଇ ଯୋଜନା କରିଥିବା କହିଛନ୍ତି  ।