ମାତ୍ର ଗୋଟିଏ ଏସଏମଏସ୍ ଦିଅନ୍ତୁ ! ଜିଓ ୪ଜି ଫୋନ୍ ପ୍ରି ବୁକିଙ୍ଗ୍ କରନ୍ତୁ

178

କନକ ବ୍ୟୁରୋ : ଜିଓ ୪ଜି ଫୋନ୍ ଆଣିବାକୁ ଚାହୁଁଛନ୍ତି ? ମାତ୍ର ଗୋଟିଏ ଏସଏମଏସ୍ କରନ୍ତୁ ଆଉ ଫୋନ୍ ପାଆନ୍ତୁ । ଅନଲାଇନ୍ ଆଉ ଅଫଲାଇନ୍ ବ୍ୟତୀତ ଏବେ ମେସେଜ୍ କରିଆରେ ଫୋନ୍ ପାଇବା ସୁବିଧା ଆଣିଛି କମ୍ପାନୀ । ତେବେ ମେସେଜ୍ କରିବାକୁ ହେଲେ ପ୍ରଥମେ କ୍ୟାପିଟାଲରେ ଜେପି ଲେଖି ଗୋଟିଏ ସ୍ପେଶ୍ ଦିଅନ୍ତୁ, ଏହାପରେ ଏରିୟା ପିନ୍ କୋର୍ଡ ଏବଂ ଆଉ ଏକ ସ୍ପେଶ୍ ଦେଇ ନିକଟତମ ଜିଓ ଷ୍ଟୋର କୋର୍ଡ ଲେଖି ୭୦୨୧୧୭୦୨୧୧ ରେ ପଠାଇ ଦିଅନ୍ତୁ  । ତେବେ ଜିଓ ଷ୍ଟୋରର କୋର୍ଡ ଜାଣିବାପାଇଁ ହେଲେ ନିକଟତମ ଷ୍ଟୋରକୁ ଯିବାକୁ ପଡିବ । ଆସନ୍ତା ୨୪ ତାରିଖରେ ଆରମ୍ଭ ହେବ  ଜିଓ ୪ଜି ଫୋନ୍ ପ୍ରି ବୁକିଙ୍କ୍  । ହେଲେ ତା ପୂର୍ବରୁ ଦିଲ୍ଲୀର କିଛି ରିଟେଲର୍ ଏବେ ଏହାକୁ ବୁକିଙ୍ଗ୍ କରିବା ଆରମ୍ଭ କରିଦେଇଛନ୍ତି । ଏବେ ଜାଣନ୍ତୁ ଏହି ଫୋନ୍ ପାଇବା ପାଇଁ ଆବଶ୍ୟକୀୟ ଡକ୍ୟୁମେଂଟ୍ ଏବଂ ପଞ୍ଜୀକରଣ ପ୍ରଣାଳୀ ।

ଅନଲାଇନ୍ ଅର୍ଡର୍ ପାଇଁ କେମିତି କରିବେ ପଞ୍ଜୀକରଣ :
ଅନଲାଇନ୍ ଅର୍ଡର୍ ପାଇଁ କମ୍ପାନୀର ୱେବସାଇଟ୍ ଡବ୍ଲୁ ଡବ୍ଲୁ ଡବ୍ଲୁ.ଜିଓ.କମ୍ ରେ ପ୍ରିି ବୁକିଙ୍ଗ୍ କରିପାରିବେ । ଏଥିରେ ଆପଣଙ୍କୁ କିଛି ତଥ୍ୟ ଦେବାକୁ ପଡିବ । ଯେମିକି ଆପଣଙ୍କ ନାଁ, ମୋବାଇଲ୍ ନମ୍ବର, ଇମେଲ୍ ଏବଂ ପିନ୍ କୋର୍ଡ । ଏହାପରେ ଆପଣଙ୍କ ନିକଟକୁ ଏକ କନଫରମେସନ୍ ମେସେଜ୍ ବା ମେଲ୍ ଆସିବ । ତେବେ ଏହି ପ୍ରି ବୁକିଙ୍ଗ୍ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ କରିପାରିବେ । ଅଫଲାଇନ୍ ପାଇଁ ନିକଟସ୍ଥ ରିଲାଏନ୍ସ ରିଟେଲରଙ୍କ ପାଖକୁ ଯିବାକୁ ପଡିବ ।

ଡକ୍ୟୁମେଂଟ୍ :
ଏହି ଫୋନ୍ ପାଇବାକୁ ହେଲେ ଦରକାର ଆଧାରକାର୍ଡ । ଯଦି ଆପଣ ଗୋଟିଏରୁ ଅଧିକ ଫୋନ୍ କିଣିବାକୁ ଚାହୁଁଛନ୍ତି ତେବେ ମିଳିବା ଅସମ୍ଭବ । କାରଣ ଗୋଟିଏ ଆଧାର କାର୍ଡରେ ଗୋଟିଏ ଫୋନ୍ ହିଁ ମିଳିପାରିବ । ଆଧାର୍ କାର୍ଡ ଷ୍ଟୋରରେ ଦେବା ପରେ ଆପଣଙ୍କ ସବୁ ତଥ୍ୟ ସଫ୍ଟୱେରରେ ଲୋଡ୍ ହୋଇଯିବ ।

ମୂଲ୍ୟ :
ଯେତେବେଳେ ମୁକେଶ୍ ଅମ୍ବାନୀ ୨୧ ଜୁଲାଇରେ ଏହି ଫୋନକୁ ନେଇ ଘୋଷଣା କରିଥିଲେ ସେତେବେଳେ ଏହା ଏକ ପ୍ରକାର ମାଗଣା ବୋଲି କହିଥିଲେ । କାରଣ ଏହି ଫୋନ୍ କିଣିବା ବେଳେ ଆପଣଙ୍କୁ ମାତ୍ର ୧୫୦୦ଟଙ୍କା ଜମା କରିବାକୁ ପଡିବ । କିନ୍ତୁ ୩ବର୍ଷ ପରେ ଏହି ଟଙ୍କା ଆପଣ ଫେରିପାଇବେ । ଏହାର ଅର୍ଥ ଏହି ଫୋନଟି ଆପଣ ମାଗଣା ପାଇପାରିବେ ।

ଡେଲିଭରୀ ତାରିଖ :
ଯେଉଁମାନେ ଏବେ ଅନଲାଇନ୍ ଅର୍ଡର୍ କରିଛନ୍ତି ସେମାନେ ସେପ୍ଟେମ୍ବର ୧ ରୁ ୪ ତାରିଖ ଭିତରେ ଏହି ଫୋନକୁ ପାଇପାରିବେ । ତେବେ ବିଳମ୍ବରେ ଯେଉଁମାନେ ଅର୍ଡର କରନ୍ତି ସେମାନଙ୍କୁ ବିଳମ୍ବରେ ପହଂଚିପାରେ ଫୋନ୍ । କାରଣ ଧୀରେ ଧୀରେ ଗ୍ରାହକଙ୍କ ସଂଖ୍ୟା ବଢିବାରେ ଲାଗିଛି  ।  ତେଣୁ ଯଦି ଶୀଘ୍ର ପାଇବାକୁ ଚାହାଁନ୍ତି ତେବେ ଶୀଘ୍ର ଅର୍ଡର୍ କରନ୍ତୁ ।