ଜିଲ୍ଲା ପରିଷଦ ଅଧ୍ୟକ୍ଷ ନେଇ ଚିତ୍ର ସ୍ପଷ୍ଟ ! ବିଜେଡି ହାତରେ ୧୮ ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ, ବିଜେପିକୁ ୮ ଓ କଂଗ୍ରେସ ୨

23

କନକ ବ୍ୟୁରୋ : ଜିଲ୍ଲା ପରିଷଦ ଅଧ୍ୟକ୍ଷ ନେଇ ଚିତ୍ର ସ୍ପଷ୍ଟ । ବିଜେଡି ହାତକୁ ଯାଇଛି ୧୮ ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ । ଏହା ସହ ବିଜେପି ୮ଟି ଜିଲ୍ଲାରେ ଅଧ୍ୟକ୍ଷ ପଦ ହାତେଇ ଥିବା ବେଳେ ମାତ୍ର ଦୁଇଟି ଜିଲ୍ଲାରେ ଅଧ୍ୟକ୍ଷ ପଦ କଂଗ୍ରେସ ହାତକୁ ଯାଇଛି ।

କଟକ, ପୁରୀ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ, ବୌଦ୍ଧ, ଯାଜପୁର, ଭଦ୍ରକ, ବାଲେଶ୍ୱର, ନବରଙ୍ଗପୁର, କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ, ବ୍ରହ୍ମପୁର, କୋରାପୁଟ ଓ କନ୍ଧମାଳରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ବିଜେଡି ହାତକୁ ଯାଇଛି ।

ସେହିପରି ସମ୍ବଲପୁର, ଗଜପତି, କଳାହାଣ୍ଡି, ବାରିପଦା, ବଲାଙ୍ଗିର, ବରଗଡ, ଦେବଗଡ ଓ ସୋନପୁରରେ ଅଧ୍ୟକ୍ଷ ପଦ ହାତେଇଛି ବିଜେପି । ତେବେ କଂଗ୍ରେସ କେବଳ ରାୟଗଡା ଓ ଝାରସୁଗୁଡା ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ହାତେଇବାରେ ସକ୍ଷମ ହୋଇଛି ।

ଝୁଲା ଅବସ୍ଥାରେ ରହିଥିବା ୪ ଟି ଜିଲ୍ଲା ପରିଷଦ ମଧ୍ୟରୁ ଦୁଇଟିର ଅଧ୍ୟକ୍ଷ ପଦ ବିଜେଡି ହାତକୁ ଯାଇଛି । ବିଜେପି ଓ କଂଗ୍ରେସ ମଧ୍ୟ ଏଥିରୁ ଗୋଟିଏ ଲେଖାଏଁ ଜିଲ୍ଲାରେ ଅଧ୍ୟକ୍ଷ ପଦ ହାତେଇଛନ୍ତି । ସୁନ୍ଦରଗଡରେ ଝୁଲା ଜିଲ୍ଲାପରିଷଦ ଥିବା ବେଳେ କଂଗ୍ରେସ ସମର୍ଥନରେ ବିଜେଡି ଏଠାରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ହାତେଇ ନେଇଛି ।

ସେହିପରି ରାୟଗଡା ଜିଲ୍ଲାର ଝୁଲା ପରିଷଦର ଅଧ୍ୟକ୍ଷ ପଦ କଂଗ୍ରେସ ହାତକୁ ଯାଇଥିବା ବେଳେ ଗଜପତି ଜିଲ୍ଲାରେ ବିଜେପି ହାତେଇ ନେଇଛି ଅଧ୍ୟକ୍ଷ ପଦ । ତେବେ ମାଲକାନଗିରି ଓ ନୂଆପଡାରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ ରହିଥିବା ସୂଚନା ମିଳିଛି ।