ଜଗତସିଂହପୁର: ୨୦୧୮ ଅପ୍ରେଲର ତୃତୀୟ ସପ୍ତାହରେ ପାଳନ ହେବ କୁଜଙ୍ଗ ଝିମାଣୀର ଜନତା ବିଦ୍ୟାପୀଠର ସ୍ୱର୍ଣ୍ଣ ଜୟନ୍ତୀ

48

କନକ ବ୍ୟୁରୋ: ୨୦୧୮ ଅପ୍ରେଲର ତୃତୀୟ ସପ୍ତାହରେ ଜଗତସିଂହପୁର ଜିଲ୍ଳା କୁଜଙ୍ଗ ଝିମାଣୀର ଜନତା ବିଦ୍ୟାପୀଠର ସ୍ୱର୍ଣ୍ଣ ଜୟନ୍ତୀ ପାଳନ କରାଯିବ । ବିଦ୍ୟାଳୟର ପୁରାତନ ଛାତ୍ରସଂଗଠନ ସଭାପତି ଓ କୁଜଙ୍ଗ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରଭାସ ରଞ୍ଜନ ପାଣି ସ୍ୱର୍ଣ୍ଣଜୟନ୍ତୀ ପାଇଁ ଉଦ୍ଦିଷ୍ଟ ଲୋଗୋ ଉଦଘାଟନ ଅବସରରେ ଏହା ଘୋଷଣା କରିଛନ୍ତି ।

ଶିକ୍ଷାବିତ୍ ଓ ବିଦ୍ୟାଳୟ ପ୍ରତିଷ୍ଠାତା ଡଃ ସତ୍ୟାନନ୍ଦ ପଣ୍ଡା ଆନୁଷ୍ଠାନିକ ଭାବେଏହି ଲୋଗୋକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ଅଦ୍ୱୈତ ଚରଣ ସ୍ୱାଇଁ, ପୂର୍ବତନ ପ୍ରଧାନ ଶିକ୍ଷକ ମାୟାଧର ଦାସ, ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ସୁତାର ଓ ବିଦ୍ୟାଳୟର ପ୍ରଥମ ପରିଚାଳନାକମିଟି ସଦସ୍ୟସପନି ପରିଡ଼ା, ବିଷ୍ଣୁଚରଣ ଦାସ ଓ କୂଳମଣିତରାଇ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବତନ ଛାତ୍ର ଡଃ ରଞ୍ଜନ ସାମଲ ବିଦ୍ୟାଳୟ ପାଣ୍ଠିକୁ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ ।