ବିଗିଡି ଯାଇଛନ୍ତି ଏଲିନା

150

ଓଡିଆ ସିନେମା ଇସ୍କ ତୁ ହି ତୁ ରୁ କ୍ୟାରିୟର ଆରମ୍ଭ କରିଥିବା ଏଲିନା ଏବେ ବିଗିଡି ଯାଇଛନ୍ତି  । ଆଉ ଏମିତି ବିଗିଡି ଯାଇଛନ୍ତି ଯେ ଯାହାକୁ ନେଇ ଚର୍ଚ୍ଚା ଏବେ ଜୋର୍  । ତେବେ ଏଲିନା ବିଗିଡି ଯାଇଛନ୍ତି ସତ କିନ୍ତୁ ରିଅଲ ଲାଇଫ ନୁହେଁ ରିଲ ଲାଇଫରେ  ।  ତାଙ୍କୁ ଏମିତି ଦେଖିବାକୁୂ ମିଳିବ ଅପକମିଙ୍ଗ୍ ମୁଭି ଝିଅଟା ବିଗିଡି ଗଲା ରେ । ମୁଭିରେ ଏଲିନା ଜଣେ ଗାଉଁଲି ଝିଅ ଚରିତ୍ରରେ ଅଭିନୟ କରୁଛନ୍ତି  । କିନ୍ତୁ ସହରକୁ ଆସିବା ପରେ ସେ କିପରି ଶୋଷିତ ହେଉଛନ୍ତି ଆଉ କେମିତି ତାହାର ପ୍ରତିଶୋଧ ନେଉଛନ୍ତି ତାକୁ ନେଇ କାହାଣୀ ଗତିଶୀଳ  । ଏଲିନାଙ୍କ ବ୍ୟତୀତ ଫିଲ୍ମରେ ବାବୁସାନ, ରୁଦ୍ର ପାଣିଗ୍ରାହୀ, ଜିନା , ମୀନକେତନ, ଅସୀତ ପତି, ସଲିଲ ମିତ୍ର, ବିଜୟ ପଟ୍ଟନାୟକ, ଅଶୋକ ମଲ୍ଲିକ ପ୍ରମୁଖ ଅଛନ୍ତି । ଫିଲ୍ମର ପ୍ରଯୋଜନା ଦେଇଛନ୍ତି ସଚ୍ଚୀକାନ୍ତ ଜେନା ଓ ନିର୍ଦେଶନା ଦେଇଛନ୍ତି ବିନି ପଟ୍ଟନାୟକ  ।