ଜବରଦଖଲ ଜମି ଚିହ୍ନଟ ବେଳେ ଉତ୍ତେଜନା ! ଝାରସୁଗୁଡା ଲଖନପୁରରେ ପୁଲିସ-ଜନତା ମୁହାଁମୁହିଁ, ୨୦ରୁ ଅଧିକ ଗିରଫ

46

କନକ ବ୍ୟୁରୋ : ଜବରଦଖଲ ଜମି ଚିହ୍ନଟ ବେଳେ ଉତ୍ତେଜନା । ଝାରସୁଗୁଡା ଲଖନପୁରରେ ପୁଲିସ-ଜନତା ମୁହାଁମୁହିଁ । ଘଟଣାରେ ପୁଲିସ ୨୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି । ଝାରସୁଗୁଡା ଜିଲ୍ଲା ଲଖନପୁରର ଖଡାମ ଗାଁରେ ଏମସିଏଲ ବିସ୍ଥାପତି କଲୋନୀ ପାଇଁ ରାଜ୍ୟ ସରକାର ୨୮.୬୪ ଡେସିମିଲ ଜାଗା ପ୍ରଦାନ କରିଛନ୍ତି । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଜମି ଚିହ୍ନଟ କରାଯାଉଥିବାବେଳେ ଉତ୍ତେଜନା ଦେଖାଦେଇଛି । ଆଲୋଚନା ନକରି ଜିଲ୍ଲା ପ୍ରଶାସନ ଜୋର ଜବରଦସ୍ତ କାମ କରୁଥିବା ଲୋକେ ଅଭିଯୋଗ କରି ଏହାକୁ ବିରୋଧ କରିଛନ୍ତି । ଝାରସୁଗୁଡା ଉପ ଜିଲ୍ଲାପାଳ, ଅତିରିକ୍ତ ଏସପି, ଲଖନପୁର ତହସିଲଦାରଙ୍କ ସମେତ ୩ପ୍ଲାଟୁନ ଫୋର୍ସ ଜମି ଚିହ୍ନଟ କରୁଥିବାବେଳେ ଏହାକୁ ପ୍ରବଳ ବିରୋଧ କରିଛନ୍ତି ଗାଁଲୋକେ । ଏହି ମାମଲାରେ ପୁଲିସ ୨୦ରୁ ଅଧିକ ଲୋକଙ୍କ ଗିରଫ କରିଛି ।