‘ମୁଁ ଛାତ୍ର ଜୀବନରୁ କଂଗ୍ରେସ ସହିତ ଜଡ଼ିତ ଅଛି, କଂଗ୍ରେସ ଛାଡ଼ିବାର ପ୍ରଶ୍ନ ଉଠୁନି’

ଗତ କିଛି ଦିନ ହେବ ବିଭିନ୍ନ ମହଲରେ ନବ ଦାସ ବିଜେଡ଼ିରେ ଯୋଗଦେବାନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ମୁହଁ ଖୋଲିଛନ୍ତି ନବ ଦାସ ।

1,210

କନକ ବ୍ୟୁରୋ: ଝାରସୁଗୁଡ଼ା ବିଧାୟକ ନବ ଦାସ କଂଗ୍ରେସ ଛାଡ଼ି ବିଜେଡ଼ିରେ ମିଶିବା ନେଇ ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ । ଗତ କିଛି ଦିନ ହେବ ବିଭିନ୍ନ ମହଲରେ ନବ ଦାସ ବିଜେଡ଼ିରେ ଯୋଗଦେବାନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ମୁହଁ ଖୋଲିଛନ୍ତି ନବ ଦାସ । ଏନେଇ ଏକ ପ୍ରେସ୍ ରିଲିଜ୍ ଜରିଆରେ ଖୋଦ୍ ସ୍ପଷ୍ଟିକରଣ ଦେଇ ଲେଖିଛନ୍ତି ଯେ, ମୁଁ କଂଗ୍ରେସ ଦଳ ଛାଡ଼ି ବିଜୁ ଜନତା ଦଳରେ ଯୋଗଦେବା ଅପ୍ରଚାର କରାଯାଉଛି । ‘ମୁଁ ମୋର ଛାତ୍ର ଜୀବନରୁ କଂଗ୍ରେସ ସହିତ ଜଡ଼ିତ ଅଛି । ଗତ କିଛି ଦିନ ଧରି ବିଭିନ୍ନ ପତ୍ର ପତ୍ରିକା ଓ ଇଲୋକଟ୍ରୋନିକ୍ସ ମିଡ଼ିଆରେ ପ୍ରଚାରିତ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଛନ୍ତି ନବ ଦାସ ।

ଏହାସହ ନବ ଲେଖିଛନ୍ତି ଯେ, କଂଗ୍ରେସ ଦଳର ଉଥାନ ଓ ପତନ, ଦଳର ନୀତି ଆଦର୍ଶରେ ମୁଁ ଅନୁପ୍ରାଣିତ । ମୋର ଅତୀତର କାର୍ଯ୍ୟ ଦ୍ୱାରା କଂଗ୍ରେସ ଦଳ ମୋତେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତିଭାବେ ମନୋନୀତ କରିଛନ୍ତି । ଦଳ ତରଫରୁ ମୋତେ ଯେଉଁ ଦାୟିତ୍ୱ ମିଳିଛି ତାହା ନିଷ୍ଠାର ସହ ତୁଲାଉଛି ଏବଂ ଆଗକୁ ମଧ୍ୟ କାର୍ଯ୍ୟ କରିବି । ତେଣୁ ମୋର କଂଗ୍ରେସ ଦଳ ଛାଡ଼ି ଅନ୍ୟ ଦଳ ଯିବା ପ୍ରଶ୍ନ ଉଠୁନାହିଁ । ଏବଂ ଯେଉଁମାନେ ମୋ ନାଁରେ ଅପପ୍ରଚାର କରୁଛନ୍ତି ସେମାନଙ୍କୁ କ୍ଷାନ୍ତ ରହିବା ପାଇଁ ଅନୁରୋଧ କରିଛନ୍ତି ନବ ଦାସ ।

ଅନ୍ୟପଟେ ଝାରସୁଗୁଡ଼ା କଂଗ୍ରେସ ବିଧାୟକ ନବ ଦାସଙ୍କ ଏହି ସ୍ପଷ୍ଟିକରଣ କଂଗ୍ରେସ ଶିବିରକୁ ୨୦୧୯ ନିର୍ବାଚନ ପାଇଁ ଆଶ୍ୱସ୍ଥି ଦେଇଛି । କାଣଣ ଦୀର୍ଘ କିଛି ଦିନ ହେବ ନବ ଦାସ ବିଜେଡ଼ିରେ ସାମିଲ ହେବା ଘଟଣା କେବଳ ଗଣାମଧ୍ୟମ ନୁହେଁ ବରଂ ବିଭିନ୍ନ ରାଜନୈତିକ ମହଲରେ ଆଲୋଚନା ହେଉଥିଲା । ଏବଂ ଏହି ଆଲୋଚନାରେ ସମ୍ପୂର୍ଣ୍ଣ ବିରାମ ଦେଇଛନ୍ତି ଝାରସୁଗୁଡ଼ା ବିଧାୟକ ନବ ଦାସ ।