ମୃତ୍ୟୁଦୂତ ସାଜିଲା ବସ୍ ! ରାଜପଥରେ ଜଳିଗଲା କାର୍, ଚାଳକ ଜୀବନ୍ତ ଦଗ୍ଧ

43

କନକ ବ୍ୟୁରୋ : ମୃତ୍ୟୁ ଦୂତ ସାଜିଲା ବସ୍ । ରାଜରାସ୍ତାରେ ଜଳିଗଲା କାର୍ ଏବଂ ଏହା ସହ ଜୀବନ୍ତ ଦଗ୍ଧ ହୋଇ ଗଲେ ଚାଳକ । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଝାରସୁଗୁଡା ବୁଢିପଦରଠାରେ । ବିପରୀତ ଦିଗରୁ ଆସୁଥିବା ନାଗରାଜ୍ ବସ କାରକୁ ଧକ୍କା କରିଥିଲା । ଫଳରେ ରାସ୍ତାମଝିରେ ଜଳିଯାଇଥିଲା କାର୍ । ଜାତୀୟ ରାଜପଥ ୪୯ରେ ଇବ୍ ପୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ଖବର ପାଇ ଝାରସୁଗୁଡା ଅଗ୍ନିଶମ ବିଭାଗ ପହଂଚି ନିଆଁ ଲିଭାଇ ଥିଲା ।