ଝାରଖଣ୍ଡ ଛତିଶଗଡ ସୀମାନ୍ତ ବୁଢ଼ା ପାହାଡରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ : ୬ ଜାଗୁଆର ଯବାନ ସହିଦ୍, ସର୍ଚ୍ଚ ଅପରେସନ ବେଳେ ବିସ୍ଫୋରଣ

21

କନକ ବ୍ୟୁରୋ : ଥମିବାରେ ନା ନେଉନାହିଁ ନକ୍ସଲଙ୍କ ହିଁଂସା । ପୋଲିସ ଯେତେ ସଚେତନତା ହେଲେ ମଧ୍ୟ ନକ୍ସଲଙ୍କ ଚାଲରେ ଶିକାର ହୋଉଛନ୍ତି ଯବାନ । ଏହି ଘଟଣାଟି ଝାଡଖଣ୍ଡର ବୁଢାପାହାଡ ଅଞ୍ଚଳରେ ଘଟିଛି । ନକ୍ସଲ କ୍ୟାମ୍ପ ଖବରପାଇ ସ୍ଥାନୀୟ ପୋଲିସ ସହ ଯବାନମାନେ ସର୍ଚ୍ଚ ଅପରେସନ କରିବାକୁ ଜଙ୍ଗଲ ଭିତରକୁ ଯାଇଥିଲେ । ଆଉ ସେଠାରେ ହିଁ ପୂର୍ବରୁ ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନ, ଯାହା ବିଷୟରେ ଅଜ୍ଞ ଥିଲେ ଯବାନ ।

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୬ ଜଣ ଯବାନଙ୍କ ପ୍ରାଣ ଚାଲିଯାଇଛି । ବିସ୍ଫୋରୋଣ ପରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ସୂଚନାଯୋଗ୍ୟ ବୁଢାପାହାଡ ଅଞ୍ଚଳଟି ତିନୋଟି ରାଜ୍ୟକୁ ଲାଗିରହିଛି ଓ ଏହାସହ ସ୍ଥାନଟି ଘଞ୍ଚଅରଣ୍ୟରେ ଭର୍ତ୍ତ ଥିବାରୁ ସର୍ଚ୍ଚ ଅପରେସନରେ ଅସୁବିଧା ହୋଉଛି । ଏହାଛଡା ସେମାନେ ସମସ୍ତ ସ୍ଥାନରେ ଲ୍ୟାଣ୍ଡମାଇନ ଖଞ୍ଜିଥିବାରୁ ପାଦେ ପାଦେ ବିପଦକୁ ସାମନା କରି ଅପରେସନ କରିବାଲାଗି ପଡୁଛି । ପୂର୍ବରୁ ଯବାନମାନେ ଅନେକ ଥର ନକ୍ସଲଙ୍କ ଉପରେ ଆକ୍ରମଣ କରିଥିବାରୁ ସେମାନେ ଏପରି କରିଥିବା ସେଠାକାର ସ୍ଥାନୀୟ ପୋଲିସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ପୁରା ଘଟଣା କେମିତି ଥିଲା ?
ଝାଡଖଣ୍ଡର ବୁଢା ପାହାଡ ୩ଟି ରାଜ୍ୟକୁ ଲାଗିଛି । ୟୁପି, ଝାଡଖଣ୍ଡ ଓ ଛତିଶଗଡକୁ ଏହି ପାହାଡ ଲାଗିଛି । ଏହି ପାହାଡରେ ସିଆରପିଏଫ ଓ ଝାଡଖଣ୍ଡ ଜାଗୁଆର ଯବାନ ସ୍ଥାନୀୟ ପୋଲିସ ସହାୟତାରେ ବଡ ଅଭିଯାନ ଚଳାଇଛନ୍ତି । ଗତକାଲି ଭଣ୍ଡାରିଆ ଥାନା କ୍ୟାମ୍ପରୁ ଝାଡଖଣ୍ଡ ଜାଗୁଆର ଯବାନ ଅପରେସନ ପାଇଁ ବାହାରିଥିଲେ । ଏହି ସମୟରେ ବୁଢା ପାହାଡ ସିଜୋ ଗାଁରେ ମାଓବାଦୀମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ । ବୁଢା ପାହାଡ ୩ ରାଜ୍ୟରେ ପରିବ୍ୟାପ୍ତ ଥିବାରୁ ନକ୍ସଲମାନେ ଛଚ୍ରଭଙ୍ଗ ଦେବା ସହଜ ହେଉଛି । ଏଥର କିନ୍ତୁ ନକ୍ସଲଙ୍କୁ ମାତ ଦେବା ପାଇଁ ମିଳିତ ଭାବେ ଏକୀକୃତ ଅଭିଯାନ ଆରମ୍ଭ ହୋଇଥିଲା । କୁହାଯାଏ ବୁଢା ପାହାଡ ହେଉଛି ନକ୍ସଲଙ୍କ ଗଡ । ଏଠାରେ ପ୍ରତି ସ୍ଥାନରେ ଲ୍ୟାଣ୍ଡମାଇନ ବିଛାଇ ରଖିଛନ୍ତି ନକ୍ସଲ । ଏଠାରେ ସେମାନଙ୍କ ଟ୍ରେନିଂ କ୍ୟାମ୍ପ ବି ଚାଲୁଛି ।