ତ୍ରିିରଙ୍ଗା ଉଡାଇ ସହିଦ୍ ହେଲେ : ସିଆରପିଏଫ୍ କମାଣ୍ଡାଣ୍ଟଙ୍କୁ ଦେଶ ଦେଲା ଶ୍ରଦ୍ଧାଞ୍ଜଳି

48

pramod-kumar ତ୍ରିରଙ୍ଗା ଉଡାଇବାର ଘଂଟାକ ପରେ ସହିଦ୍ ହେଲେ ସିଆରପିଏଫ କମାଣ୍ଡାଂଟ । ଆଜି ସହିଦ୍ ଯବାନ ପ୍ରମୋଦ କୁମାରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଝାଡଖଣ୍ଡର ଜାମତରା ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ସହିଦଙ୍କୁ ତୋପ ସଲାମୀ ପରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ସହକର୍ମୀଙ୍କ ସହ ପରେଡ କରିବା ଆଗରୁ ଆତଙ୍କବାଦୀ ଆକ୍ରମଣରେ ଟଳି ପଡିଥିଲେ ସିଆରପିଏଫ୍ ଯବାନ ପ୍ରମୋଦ କୁମାର । ତେବେ ଶେଷକୃତ୍ୟ ବେଳେ ଶୋକାକୁଳ ପରିବେଶରେ ଛାଇଯାଇଥିଲା ନିରବତା ।

vlcsnap-2016-08-16-19h57m07s861ପ୍ରମୋଦ କୁମାରଙ୍କ ମରଶରୀର ପହଁଚିବା ପରେ ଝାଡଖଣ୍ଡର ଜାମତରା ଗାଁ ଲୋକାରଣ୍ୟ ହୋଇପଡିଥିଲା। ସମସ୍ତେ ବୀର ପୁଅଙ୍କ ଶେଷ ଦର୍ଶନ ପାଇଁ ଏକାଠି ହୋଇଥିଲେ । ଦୁଃଖରେ ବି ଛାତି ଫୁଲାଇ ସମସ୍ତେ ବିଦାୟ ଦେଉଥିଲେ। କାହିଁକି ନା ଗାଁର ପୁଅ ଦେଶ ପାଇଁ ସହିଦ୍ ହୋଇଛି। ଦେଶ ମାତୃକା ପାଇଁ ଜୀବନ ଦେଇଛି। ଆଉ ପାଖରେ ବାପାଙ୍କୁ ହରାଇ ଅବାକ୍ ହୋଇପଡିଥିଲା କୁନି ଝିଅ।

pramod-kumar ସ୍ୱାଧୀନତା ଦିବସରେ ଶ୍ରୀନଗରର ନୌହଟ୍ଟା ଚୌକରେ ସହିଦ ହୋଇଥିଲେ ପ୍ରମୋଦ କୁମାର। ଦେଶମାତୃକା ପାଇଁ ଲଗାଇ ଦେଇଥିଲେ ଜୀବନର ବାଜି। ମୃତ୍ୟୁର କିଛି ଘଂଟା ପୂର୍ବରୁ ପତାକା ଉତୋଳନ କରିଥିଲେ ପ୍ରମୋଦ। ଆଉ ସାଥୀ ଯବାନଙ୍କୁ ଦେଇଥିଲେ ଆତଙ୍କବାଦୀ ବିରୋଧରେ ଲଢିବାର ସାହାସ। ଗୋଟିଏ ପଟେ ସାରା ଦେଶବାସୀ ପାଳୁଥିଲେ ସ୍ୱାଧୀନତାର ସେହି ପବିତ୍ର ଦିନ। ଆଉ ଏପଟେ ସୀମାରେ ୪୯ ବାଟାଲିୟନର ଏହି ବୀର କମାଣ୍ଡିଙ୍ଗ ଅଫିସର ଦେଶ ପାଇଁ ସହିଦ ହେଲେ।