ଝାଡଖଣ୍ଡର ପଲାମୁରେ ପୁଲିସ ମାଓବାଦୀ ଗୁଳି ବିନିମୟ : ୨ ମହିଳାଙ୍କ ସମେତ ୪ଜଣ ମାଓବାଦୀଙ୍କ ମୃତ୍ୟୁ ସୂଚନା

32

କନକ ବ୍ୟୁରୋ : ଝାଡ଼ଖଣ୍ଡର ପଲାମୁ ଜିଲ୍ଲାରେ ପୁଲିସ ମାଓବାଦୀ ଗୁଳି ବିନିମୟ । ଏଥିରେ ୪ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଥିବା ଜଣାପଡିଛି । ପଲାମୁ ଜିଲ୍ଲାର ନୂଆଡିହି ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିିନିମୟ ହୋଇଥିଲା । ଏବେବି ନୂଆଡିହି ଜଙ୍ଗଲରେ ସର୍ଚ୍ଚଅପରେସନ ଚାଲିଥିବା ସୂଚନା ମିଳିଛି ।