କନକ ବ୍ୟୁରୋ : ବାଲେଶ୍ୱରର ନୀଳଗିରି ଅଂଚଳକୁ ପଶି ଆସିଥିବା ଝାରଖଣ୍ଡୀ ହାତୀ ଉତ୍ପାତ କରୁଛନ୍ତି । ଗତକାଲି ବିଲମ୍ବିତ ରାତିରେ ୪୦ଜଣିଆ ହାତୀପଲ ଜଡିିବାଲି, ଆନନ୍ଦପୁର, ଶିଆଳ ଘାଟି ଗାଁରେ ୪ଟି ଘର ଭାଙ୍ଗିଦେଇଛନ୍ତି । ସେହିପରି ଖଳାରେ ଗଦା ହୋଇଥିବା ଧାନ ଗଦାକୁ ଖାଇ ଦଳି ଚକଟି ନଷ୍ଟ କରିଛନ୍ତି । କଦଳି ବଣ, ବାଇଗଣ ବାଡିରେ ପଶି ହାତୀପଲ ନଷ୍ଟ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ସେପଟେ ଅନ୍ୟ ଏକ ହାତୀପଲ ନରଣପୁର ମୁହାଁ ହୋଇଛନ୍ତି । ଏହାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ନୀଳଗିରି ବ୍ଲକର ୧୨ଟି ପଂଚାୟତର ଲୋକେ । ସେପଟେ ହାତୀପଲକୁ ଘଉଡାଇବା ପାଇଁ ଉଦ୍ୟମ କରୁଛନ୍ତି ନୀଲଗିରି ରେଂଜ ଅଧିକାରୀ ଦେବେନ୍ଦ୍ରନାଥ ପାତ୍ର, କୁଲଡିହା ରେଂଜ ଅଧିକାରୀ ଲକ୍ଷ୍ମଣ କୁମାରଙ୍କ ନେତୃତ୍ୱରେ ଗଠିତ ଟିମ ।