ବିପଦର ବିଶ୍ୱାସ

41

କାକଟପୁର : ପୁଣିଥରେ ବିଶ୍ୱାସ ଓ ପରମ୍ପରା ନାଁରେ ଜୀବନ ସହ ଖେଳ । ହଜାର ହଜାର ଲୋକଙ୍କ ମଧ୍ୟରେ ଡହ ଡହ ନିଆଁରେ ଚାଲିଛନ୍ତି ଦଣ୍ଡୁଆ । କାକଟପୁର ମା ମଙ୍ଗଳାଙ୍କ ଝାମୁଯାତ୍ରା ସମାପନର ଅନ୍ତିମ ଦିନରେ ଦଣ୍ଡୁଆମାନେ ବେଖୋପ୍  ଜଳନ୍ତା ନିଆଁରେ ଧାଡି ବାନ୍ଧି ଚାଲିଥିଲେ । ନିଜ ଶରୀରକୁ କଷ୍ଟଦେଇ ଭଗବାନଙ୍କୁ ସନ୍ତୁଷ୍ଟ କରେଇବାକୁ ଦଣ୍ଡୁଆ ଚଳାଇଥିଲେ ପ୍ରୟାସ । ଏହି ଅବସରରେ ମାଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।