କଳାହାଣ୍ଡି ଜିଲ୍ଲା ତେଲାଇଝୋର ଗାଁରେ ଅଭାବନୀୟ ଘଟଣା ! ମଦ ବଂଟାକୁ ନେଇ ଜଣଙ୍କୁ ହତ୍ୟା

22

କନକ ବ୍ୟୁରୋ : ମଦ ବଂଟାକୁ ନେଇ ହତ୍ୟାକାଣ୍ଡ । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ତେଲାଇଝୋର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏକୋଇଶିଆ ଭୋଜିରେ ମଦ ବଂଟାକୁ ନେଇ ଗଣ୍ଡଗୋଳ ଦେଖା ଦେଇଥିଲା । ଅଭିଯୁକ୍ତ ଖମାରୀ ବେନିଆ ସ୍ଥାନୀୟ ନରସିଂହ ମାଝୀଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ନରସିଂହଙ୍କ ମୃତ୍ୟୁ ଘଟିଥିଲା । ଅଭିଯୁକ୍ତ ଖମାରୀ ଥାନାରେ ଆତ୍ମସମର୍ପଣ କରିଛି । ମୃତକ ପରିବାର ହତ୍ୟାକାଣ୍ଡରେ ୩ ଜଣଙ୍କ ସଂପୃକ୍ତି ଥିବା ଅଭିଯୋଗ କରିଛନ୍ତି ।