ଜୟପୁର ନିର୍ବାଚନମଣ୍ଡଳୀରେ ଭୋଟରକୁ ମୁଣ୍ଡିଆ ମାରିଲେ ପୂର୍ବତନ ମନ୍ତ୍ରୀ ରବି ନନ୍ଦ । ଉପହାରରେ ଦେଲେ ଗୀତା ବହି ଓ ଗୋଲାପ ଫୁଲ

125

କନକ ବ୍ୟୁରୋ: ଜନତାଙ୍କୁ ନେତାଙ୍କ ମୁଣ୍ଡିଆ । ଏଭଳି ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜୟପୁର ନିର୍ବାଚନ ମଣ୍ଡଳୀରେ । ଏହି ନିର୍ବାଚନଣ୍ଡଳୀର ବୋରିଗୁମ୍ମା ପୂର୍ବତନ ବିଧାୟକ ରବି ନନ୍ଦଙ୍କ ମୁଣ୍ଡିଆମରା ରାଜନୀତି ଚର୍ଚ୍ଚାର ବିଷୟ ପାଲଟିଛି ।

କିଛି ଦିନ ତଳେ ଜୟପୁରର ବୋରିଗୁମ୍ମା ନିର୍ବାଚନଣ୍ଡଳୀରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ରବି ନନ୍ଦ ଜଣ ଜଣଙ୍କୁ ୁ ସାଷ୍ଟାଙ୍ଗ ପ୍ରଣାମ କରିବା ସହ ହାତରେ ଦେଇଥିଲେ ଗୀତାବହି ଓ ଗୋଟିଏ ଗୋଟିଏ ଗୋଲାପ ଫୁଲ ।

ଜୟପୁରରେ ସବୁବେଳେ ବୋରିଗୁମ୍ମା ଅଂଚଳ ପ୍ରାର୍ଥୀଙ୍କ ଜିତିବା ଲାଗି ପ୍ରମୁଖ ଭୂମିକା ନେଇଥାଏ । ତେଣୁ ସ୍ଥାନୀୟ ଅଂଚଳର ଭୋଟକୁ ଏଥର ହାତଛଡା କରିବାକୁ ଚାହୁଁନାହାନ୍ତି ରବି ନନ୍ଦ ।