ମୃତ୍ୟୁର ଖେଳରେ ଚାଲିଗଲା ଜୀବନ ! ଜୟପୁରରେ ଷ୍ଟଂଟ ଦେଖାଇବା ବେଳେ କାରକୁ ଧକ୍କା ଦେଲା ବାଇକ, ଷ୍ଟଂଟମ୍ୟାନର ମୃତ୍ୟୁ

65

କନକ ବ୍ୟୁରୋ: ମୌ÷ତ୍ କା କୂଆଁ ବା ମୃତ୍ୟୁର କୂଅ । ବେଳେ ବେଳେ ଏହି ଖେଳ ପାଲଟି ଯାଏ କାଳ । ମନୋରଂଜନ ଓ ଦୁଃଶାହାସ ନେଇଯାଏ ଜୀବନ । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି କୋରାପୁଟ୍ ଜିଲ୍ଲାର ଜୟପୁର ସହରରେ । ମୀନାବଜାରରେ ମୌତ୍ କା କୂଆଁ ଖେଳ ଯାଇଥିଲା ବେଳେ ଘଟିଲା ଏହି ଅଘଟଣ । ଯେଉଁଥିରେ ଡେୟର ଡେଭିଲ୍ ସୋ, ଦେଖାଉଥିବା ଷ୍ଟଣ୍ଡମ୍ୟାନ ଜିତୁ ସିଂହଙ୍କର ଜୀବନ ଚାଲିଯାଇଛି ।

ଖଚାଖଚ୍ ଭିଡ ଭିତରେ ଚାଲିଥାଏ ଦୁଃସାହିକ ଖେଳ-ମୌତ୍ କା କୁଆଁ । ଦର୍ଶକଙ୍କ କରତାଳି ଭିତରେ କୁଅ ଭିତରେ ଷ୍ଟଣ୍ଡମ୍ୟାନ୍ ଦେଖାଉଥାନ୍ତି ଡେୟାର ଡେଭିଲ୍ ସୋ । ଦ୍ରୁତଗୀତରେ ମାଡ଼ି ଚାଲିଥାଏ ୨ଟି କାର ଓ ଏକାଧିକ ବାଇକ୍ । ହଠାତ୍ ଗୋଟିଏ କାରର ବେଗ କମିବାରେ ଲାଗିଲା, ଅେଉ ଟ୍ରାକରୁ ତଳକୁ ଖସି ଆସିଥିଲା କାର । ଠିକ ଏତିକିବେଳେ ପଛରୁ ଆସୁଥିବା ବାଇକ କାର ସହ ଧକ୍କା । ଆଉ କଚାଡି ହୋଇପଡ଼ିଲେ ବାଇକ୍ ଆରୋହୀ । ଏମିତିକି କାର ବି ବାଇକ ଚାଳକଙ୍କ ଉପରେ ଚଢି ଯାଇ ଓଲଟି ପଡିଥିଲା । ତେବେ ଜିତୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲକୁ ନିଆଗଲା । ମାତ୍ର ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ସେପଟେ ଗୁରିଆ ମାରୁତି ସର୍କସ ଦ୍ୱାରା ପରିଚଳିତ ଏହି ଡେୟାର ଡେଭିଲ୍ ସୋ’ର ଦୁର୍ଘଟଣା ପଛରେ ଏକ ସଂଘାତିକ୍ ସତ୍ୟ ସାମ୍ନାକୁ ଆସିଛି । ଦ୍ରୁତଗତିରେ ଚାଲୁଥିବା କାର ଭିତରୁ ଚାଳକ ବାହାରି ଦର୍ଶକକଙ୍କ ଠାରୁ ଟଙ୍କା ନେବା ପାଇଁ ଉଦ୍ୟମ କରୁଥିଲେ । ଯାହା ଫଳରେ କାରଟିର ବେଗ କମି ଯାଇଥିଲା । ଆଉ ତଳକୁ ଖସିଆସିଲା ଗାଡ଼ି । ଆଉ ଠିକ୍ ସେତିକି ବେଳେ ପଛପଟୁ ବାଇକ୍ ନେଇ ଆସୁଥିବା ଷ୍ଟଣ୍ଡମ୍ୟାନ୍ ଜିତୁ ସିଂହଙ୍କ ବାଇକ୍ କାରରେ ଜୋରରେ ଧକ୍କା ହୋଇଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –