ବିମାନଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା । ଆଜି ରାତିରେ ବିମାନ ଚଳାଚଳ ସ୍ଥଗିତ ରଖିପାରେ ଜେଟ୍ ଏୟାରୱେଜ୍ ।

217

କନକ ବ୍ୟୁରୋ: ବିମାନଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା । ଆଜି ରାତିରେ ଘରୋଇ ରୁଟରେ ବିମାନ ଚଳାଚଳ ବନ୍ଦ କରିପାରେ ଜେଟ୍ ଏୟାରୱେଜ୍ । କାରଣ ପ୍ରାୟ ୮ ହଜାର କୋଟି ଋଣ ସହ ଦେବାଳିଆ ସ୍ଥିତିରେ ପହଞ୍ଚିଥିବା ଘରୋଇ ବିମାନ ସେବା କମ୍ପାନି ଜେଟ ଏୟାରେଓ୍ଵଜ ଆଜି ରାତି ପାଇଁ ନିଜର ସବୁ ଘରୋଇ ଫ୍ଲାଇଟ ସ୍ଥଗିତ ରଖିବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି ।

ଅନ୍ୟପଟେ ମିଳିଥିବାର ସୂଚନା ମୁତାବକ, ଜରୁରୀ ଆବଶ୍ୟକତା ପାଇଁ କମ୍ପାନି ନିଜର ଋଣଦାତାମାନଙ୍କୁ ମାଗିଥିବା ୪୦୦ କୋଟି ଟଙ୍କା ନ ମିଳିବାରୁ କମ୍ପାନି ଏହି କଠୋର ନିଷ୍ପତ୍ତି ନେଇପାରେ । କାରଣ ପୂର୍ବରୁ ବ୍ୟାଙ୍କମାନେ କମ୍ପାନିରେ ୧୫ଶହ କୋଟି ଟଙ୍କାର ଅର୍ଥ ପ୍ରଦାନ ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ତାହା ଏଯାବତ୍ ସମ୍ଭବ ହୋଇନଥିବାରୁ କମ୍ପାନି ନିତିଦିନିଆ ପରିଚାଳନା ପାଇଁ ୪୦୦ କୋଟି ଟଙ୍କା ପ୍ରଦାନ କରିବାକୁ ବ୍ୟାଙ୍କ କନସୋର୍ଟିଅମକୁ ଅନୁରୋଧ କରିଥିଲା । ହେଲେ ତାହା ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନଥିବାରୁ କମ୍ପାନି ବିମାନ ଚଳାଚଳ ବନ୍ଦ ପାଇଁ ନିଷ୍ପତ୍ତି ନେଇପାରେ।

ସବୁଠାରୁ ବଡ଼ କଥା ହେଲା ଯେ, କମ୍ପାନିର ପୂର୍ବରୁ ୧୨୩ଟି ବିମାନ ଚଳାଚଳ କରୁଥିବାବେଳେ ଏବେ ତାହା ମାତ୍ର ୫କୁ ଖସିଆସିଛି । ଏହା ଫଳରେ କମ୍ପାନି ବାଧ୍ୟ ହୋଇ ନିଜର ଅନ୍ତର୍ଜାତୀୟ ଅପରେସନକୁ ବନ୍ଦ କରିଛି । କିନ୍ତୁ ଘରୋଇ ଅପରେସନ ବନ୍ଦ କଲେ କମ୍ପାନିର ସ୍ଥିତି ଆହୁରି ସାଙ୍ଘାତିକ ହେବ ବୋଲି ଆଶଙ୍କା କରାଯାଉଛି ।