ସ୍ମାର୍ଟଫୋନ୍ ଜ୍ୟାକେଟ୍ ! ହାତରୁ ପଡିଲେ ମଧ୍ୟ ଭାଙ୍ଗିବାର ଟେନସନ୍ ନାହିଁ । 

34

ଆଜିକାଲି ସ୍ମାର୍ଟଫୋନ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟି ଯାଇଛି । ଲୋକମାନେ ଦିନର ଏକ ବଡ଼ ସମୟ ସ୍ମାର୍ଟଫୋନ ସହିତ ବିତାଉଛନ୍ତି । ପୁଣି ସ୍ମାର୍ଟଫୋନ ଗୁଡ଼ିକରେ ବ୍ୟକ୍ତିଗତ ଓ ପେଷାଦାର ଜୀବନର ଅନେକ ତଥ୍ୟ ସଂରକ୍ଷିତ ହୋଇ ରହୁଛି । ଏଣୁ ଫୋନଗୁଡ଼ିକ ହାତରୁ ପଡିଭାଙ୍ଗିଗଲେ ଦୁଃଖ ତ ଲାଗେ ନିଶ୍ଚୟ, ତାହା ସହିତ ଅନେକ ହଇରାଣ ହେବାକୁ ପଡିଥାଏ । ଆମର ଏହି ନିତିଦିନିଆ ସମସ୍ୟାର ସମାଧାନ ବାହାର କରିଛନ୍ତି ଜର୍ମାନିର ଜଣେ ଇଂଜିନିୟରିଂ ଛାତ୍ର । ସେ ଛାତ୍ରଙ୍କ ନାଁ ହେଉଛି ଫିଲିପ ଫ୍ରେଞ୍ଜେଲ ।

ଫିଲିପ ଥରେ ନିଜ ଜ୍ୟାକେଟରେ ନିଜର ସ୍ମାର୍ଟଫୋନକୁ ରଖିଥିଲେ । କୌଣସି କାରଣରୁ ଜ୍ୟାକେଟ ଟି ଖୋଲିଦେବାରୁ ସେଥିରୁ ସ୍ମାର୍ଟଫୋନଟି ତଳେ ପଡି ଭାଙ୍ଗିଯାଇଥିଲା । ଏହି ଘଟଣାରୁ ଶିକ୍ଷା ନେଇ ଏହାର ଏକ ସମାଧାନ ବାହାର କରିବାକୁ ଚିନ୍ତା କଲେ । ବହୁ ଚିନ୍ତା କରିବା ପରେ ସେ ଏକ ମୋବାଇଲ ଏୟାରବ୍ୟାଗ ବ୍ୟବସ୍ଥା ଥିବା ଏକ ମୋବାଇଲ କେସ୍ ବାହାର କଲେ । ଏହି କେସର ବିଶେଷତା ହେଉଛି ଯେ ହାତରୁ ସ୍ମାର୍ଟଫୋନଟି ଖସିପଡିଲେ ସେଥିରେ ଥିବା ସ୍ପ୍ରିଙ୍ଗ ପରି ୪ଟି ସାମଗ୍ରୀ ବାହାରି ଆସି ସ୍ମାର୍ଟଫୋନକୁ ସୁରକ୍ଷା ଦିଅନ୍ତି । ଫଳରେ ସ୍ମାର୍ଟଫୋନଟି ଭାଙ୍ଗିନଥାଏ । ଏହି ଜ୍ଞାନକୌଶଳ ପାଇଁ ପ୍ୟାଟେଣ୍ଟ ଆବେଦନ କରିଛନ୍ତି ଫିଲିପ । ପ୍ୟାଟେଣ୍ଟ ମିଳିବା ପରେ ଏହାର ବ୍ୟବସାୟିକ ଉତ୍ପାଦନ ଆରମ୍ଭ ହେବ ।