ଜାମୁ-କାଶ୍ମୀରର ସୋପିୟାନା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନାକାଉଣ୍ଟରରେ ୪ ଆତଙ୍କବାଦୀ ମୃତ, ଚାଲିଥିଲା ୭୨ ଘଣ୍ଟାର ଅପରେସନ

27

କନକ ବ୍ୟୁରୋ : ଜାମୁର ସୋପିଆନା ଜିଲ୍ଲାରେ ଯବାନଙ୍କ ଏନକାଉଣ୍ଟରରେ ୪ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଫୁଲୁରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ହୋଇଥିଲା ଯେଉଁଥିରେ ୪ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତିରୁ ହିଁ ସେନାର ଅପରେସନ ଜୋରଦାର କରାଯାଇଥିଲା । ଏହାସହ ଅନେକ ଆତଙ୍କବାଦୀ ଜଙ୍ଗଲ ମଧ୍ୟରେ ଲୁଚିକିଥିବା ସୂଚନା ମିଳିଛି । ସମସ୍ତ ମୃତ ଦେହକୁ ସେନା ଜବତ କରିବା ସହ ଜଣଙ୍କ ପରିଚୟ ମିଳିଥିବା ଜଣାପଡିଛି । ଗତ ୭୨ ଘଣ୍ଟାରୁ ସେନା ଜଙ୍ଗଲରେ ଥିବା ଆତଙ୍କବାଦୀମାନଙ୍କୁ ଖୋଜୁଥିଲା । ଶୁକ୍ରବାର ରାତିରେ ମଧ୍ୟ ଆତଙ୍କବାଦୀଙ୍କ ସହ ସେନାର ପ୍ରବଳ ଗୁଲି ବିନିମୟ ହୋଇଥିଲା ।

 

ତେବେ ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦୀମାନେ ଫିଲୁରା ଅଞ୍ଚଳରେ ଲୁଚିଛନ୍ତି ବୋଲି ସେନାକୁ କୈାଣସି ସୂତ୍ରରୁ ଖବର ମିଳିଥିଲା । ତାହା ପରେ ସେନା ସେମାନଙ୍କୁ ଖୋଜିବା ସହ ଏକ ଅପରେସନ ଆରମ୍ଭ କରିଥିଲା । ତେବେ ପ୍ରଥମେ ଆତଙ୍କବାଦୀମାନେ ସେନା ଉପରକୁ ଗୁଳି ବର୍ଷା କରିଥିଲେ । ତେଣୁ ସେନା ମଧ୍ୟ ପାଲଟା ଯବାବ ଦେଇଥିଲା ଏହା ପରେ ସେନାର ପାଲଟା ଗୁଳିରେ ଆତଙ୍କବାଦୀମାନେ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ବାରମ୍ବାର ଜାମୁ ଅଞ୍ଚଳରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଛନ୍ତି । ତେଣୁ ସେନା ସମସ୍ତ ଆତଙ୍କବାଦୀକୁ ଅନୁପ୍ରବେଶ କରିବା ଲାଗି ରୋକିବାରୁ ସେମାନଙ୍କ ଉଦ୍ୟମ ପଣ୍ଡ ହେଉଛି । ତେଣୁ ସୀମାରେ ଅନେକ ସମୟରେ ଗୋଳିବର୍ଷା ଲାଗ ରହିଛି । ତେବେ ସେନାର ଡଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଯେତେବେଳେ ବି ଭାରତ ମଧ୍ୟରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବା ପାଇଁ ଚେଷ୍ଟା କରିବେ ସେମାନଙ୍କୁ ଉଚିତ ଜବାବ ଦିଆଯିବ ।