ଗୋପନରେ ରଖନ୍ତୁ ନିଜ ବୈବାହିକ ଜୀବନର ୫ଟି କଥା ! ଜାଣନ୍ତୁ କାହିଁକି ?

216

2ଖୁସିର ଯେଉଁ ସୁନ୍ଦର ମୁହୂର୍ତ ଆପଣ ନିଜ ସାଥୀ ସହ ବିତେଇଛନ୍ତି ,ତା ଦୁହିଁଙ୍କର ବ୍ୟକ୍ତିଗତ । ଏହାକୁ ଅନ୍ୟମାନଙ୍କ ସହ ସେୟାର କରିବା ଭଲ ନୁହେଁ । ଆପଣ ଭାବନ୍ତୁନି ଯେ ସବୁଲୋକ ଆପଣଙ୍କ ଶୁଭଚିନ୍ତକ । ଏମିତି  ଅନେକ ଅଛନ୍ତି ଆପଣଙ୍କ ଖୁସିରେ ଈର୍ଷାନ୍ୱିତ ହୋଇପାରନ୍ତି କିମ୍ବା ଆପଣଙ୍କ ସାଥୀଙ୍କ ଛବି ବନ୍ଧୁଙ୍କ ନଜରରେ ଛୋଟ ହୋଇପାରେ ।

ନିଜର ସାଥୀଙ୍କ ସହ ସଂପର୍କକୁ ସବୁବେଳେ ଗୋପନରେ ରଖିବା ଖୁବ୍ ଭଲ । କୈାଣସି ପବ୍ଲିକ ସ୍ଥାନରେ ନିଜ ରିଲେସନ ବିଷୟରେ କହିବା ବା ସୋସିଆଲ ମିଡିଆରେ ଖୋଲାଖୋଲି ଲେଖିବା ଓ ପର୍ସନାଲ ଫଟୋ ସବୁ ସେୟାର କରିବା ଠିକ୍ ନୁହେଁ ।
3ବୈବାହିକ ଜୀବନର ୫ଟି କଥା ନିଜର ବନ୍ଧୁଙ୍କ ସହ ବାର୍ତାଳାପ କରନ୍ତୁ ନାହିଁ –

୧ – ଆପଣଙ୍କ ବେଡରୁମ୍ କଥା –
ଆପଣଙ୍କର ଯେତେ ଭଲ ବନ୍ଧୁ ସେ ହୋଇଥାଆନ୍ତୁ , ହେଲେ ନିଜର ଓ ନିଜ ସାଥୀର ରେଡରୁମ କଥାକୁ ବନ୍ଧୁ ଆଗରେ କୁହନ୍ତୁ ନାହିଁ । ଏହା ଆପଣଙ୍କର ସବୁଠୁ ବ୍ୟକ୍ତିଗତ ବିଷୟ ।

4୨ – ସାଥୀ ସହ ଝଗଡା –

ଅନେକ ସମୟରେ ସାଥୀସହ କିଛି କଥାକୁ ନେଇ କଥାକଟା କଟି ଓ ଝଗଡା ହୋଇଥାଏ । ଏହାକୁ କେତେକ ସହି ପାରନ୍ତି ନାହିଁ । ନିଜର କୈାଣସି ବନ୍ଧୁ ସହ ସେୟାର କରିଥାନ୍ତି । କିନ୍ତୁ ଏପରି କରନ୍ତୁ ନାହିଁ । ଏହା ଦ୍ୱାରା ଆପଣଙ୍କ ସାଥୀର ଇମେଜ ବନ୍ଧୁଙ୍କ ଆଗରେ ଖରାପ ହୋଇପାରେ ।

୩ – ସାଥୀର ଆର୍ଥିକାବସ୍ଥା –

ଯଦି ଆପଣଙ୍କର ସାଥୀ ଆର୍ଥିକ ଭାବେ ସ୍ୱଚ୍ଛଳ ନୁହଁନ୍ତି, ତ ଏଥିନେଇ କାହା ଆଗେ ଆଲୋଚନା କରନାହିଁ । ଏଥିପାଇଁ କି ଏଥିରେ ଆପଣଙ୍କ ସାଥୀର ଥଟ୍ଟାମଜାକ ହେବ ।

150629_FF_MillCouplesNotTalking2୪- ସାଥୀ ସହ ନକରାତ୍ମକ କଥା –
ଆପଣ  ନିଜ ବନ୍ଧୁଙ୍କୁ  ଆପଣଙ୍କ ସଂପର୍କକୁ ନେଇ ନକରାତ୍ମକ କଥା ସବୁବେଳେ କୁହନାହିଁ । ଏମିତି ହେବେ ଆପଣଙ୍କ ବନ୍ଧୁ ନିଜ ସାଥୀ ସହ ବ୍ରେକଅପ ପାଇଁ ପ୍ରବର୍ତ୍ତେଇବେ । କାହିଁକି ନା ଆପଣ ଆପଣଙ୍କ ବନ୍ଧୁଙ୍କୁ ଭଲରେ ଜାଣନ୍ତି । ବନ୍ଧୁ ନୁହେଁ ।

୫- ସାଥୀର ପୁରୁଣା ସଂପର୍କ ବିଷୟରେ କୁହନାହିଁ-

ନିଜ ବନ୍ଧୁଙ୍କୁ ଆପଣଙ୍କ ସାଥୀର ପୁରୁଣା ସପର୍କ ବିଷୟରେ କେବେ କୁହନାହିଁ । କାରଣ ଏହାର ସେ ଫାଇଦା ଉଠେଇପାରନ୍ତି । ସାଥୀକୁ ସମସ୍ୟାରେ ପକେଇ ପାରନ୍ତି ।

ଏହାସହ ମଧ୍ୟ ଦେଖନ୍ତୁ –ସାଥୀକୁ ‘ଆଇ ଲଭ୍ ୟୁ’ କହିବା ପାଇଁ ୬ ମାସ ନିଅନ୍ତୁ ! ଜାଣନ୍ତୁ କାହିଁକି ?