ସାଥୀକୁ ‘ଆଇ ଲଭ୍ ୟୁ’ କହିବା ପାଇଁ ୬ ମାସ ନିଅନ୍ତୁ ! ଜାଣନ୍ତୁ କାହିଁକି ?

275

33ଆପଣ ଚାହୁଁଛନ୍ତି କି ଆପଣଙ୍କ ସାଥୀ ସହ ସଂପର୍କ ମଜବୁତ ହେଉ । ଏଥିପାଇଁ ଆପଣଙ୍କୁ ନିହାତି ଜାଣିବା ଦରକାର କେତେବେଳେ ଆପଣ ନିଜର ମନ କଥା ଜଣାଇବେ । ଅନେକଥର ଏମିତି ହୁଏ କି ବିନା ବୁଝି ବିଚାରି ସୁଯୋଗକୁ ଅପେକ୍ଷା ନକରି କିଛି ଲୋକ ଭୁଲ କରିବସନ୍ତି । ଆଉ ଭଲ କରିବାକୁ ଯାଇ ଭେଲ କରିଦିଅନ୍ତି । ସଂପର୍କ ବିଗିଡି ଯାଏ । ଯଦି ଆପଣ ଏହି ମାମଲାକୁ ନେଇ ଦ୍ୱନ୍ଦରେ ତାହେଲେ ଏହି ସର୍ଭେ ଉପରେ ନଜର ଦିଅନ୍ତୁ –

44ନିକଟରେ ୱେବସାଇଟ ଶାଦି ଡଟ୍ କମ୍ ବ୍ରିଟେନରେ ୨୦୦୦ଲୋକଙ୍କୁ ନେଇ ଏକ ସର୍ଭେ କରିଥିଲେ । ଏହି ସର୍ଭେରେ ୬୦% ଲୋକଙ୍କ ମତ ନିଜ ସାଥିକୁ ଆଇ ଲଭ୍ ୟୁ କହିବାକୁ ୬ମାସ ସମୟ ନେଲେ ଭଲ । ୩୧% ଲୋକଙ୍କ ମତ ରିଲେସନସିପ୍ ପରେ ଡେଟିଂ କରିବାକୁ ପସନ୍ଦ କରନ୍ତି । ୩୪% ଲୋକଙ୍କ କହିବା ହେଲା ସେମାନେ ସାଥିର ହାତକୁ ଧରିବାକୁ ୧-୨ ସପ୍ତାହ ସମୟ ନେଲେ ଭଲ ।

କାହିଁକି ୬ମାସ ସମୟ ନେବେ?

ନିଜ ପସନ୍ଦର ସାଥୀଙ୍କୁ ପ୍ରପୋଜ କରିବା ପାଇଁ ୬ମାସ ସମୟ ଖୁବ୍ ଭଲ । ଏହି ସମୟ ଭିତରେ ଦୁହେଁ ଦୁହିଁଙ୍କୁ ଭଲରେ ବୁଝିପାରିବେ । ଜଣକର ଇଚ୍ଛା , ଆଚାରବିଚାର ,ବ୍ୟବାହର ଓ ଚାଲିଚଳନକୁ ଠିକରେ ପରଖି ପାରିବେ । ଏହାପରେ ଆପଣଙ୍କୁ ସୁବିଧା ହୋଇଯିବ ସଠିକ ନିର୍ଣ୍ଣୟ ନେବା । ଏହି ସଂପର୍କ ଅନ୍ୟ ସଂପର୍କଠାରୁ ଖୁବ୍ ମଜବୁତ ହେବ । କାରଣ ଏହା ପରେ ଆପଣ ସାଥୀକୁ ଠିକରେ ବୁଝି ପାରିଥିବେ ।

ଏହା ସହ ମଧ୍ୟ ଦେଖନ୍ତୁ –ନିଜ ପସନ୍ଦ ଝିଅର ଫୋନ୍ ନମ୍ବର ଜାଣିବାକୁ ଚାହୁଁଛନ୍ତି କି? ଜାଣନ୍ତୁ କେତୋଟି ଟିପ୍ସ